ଆପଣଙ୍କ ଘରେ ଅଛିକି ପୁରୁଣା ଗାଡି, ଯଦି ହଁ ତେବେ ବିଲକୁଲ ବାହାରକୁ କାଢନ୍ତୁ ନାହିଁ । ଆମେ ଆପଣଙ୍କୁ ସାବଧାନ କରି ଦେଉଛୁ । ନଚେତ ତଣ୍ଡ ଗଣିବେ । ବାଟରେ ଆରଟିଓ ହେଉ ଅବା ପୋଲିସ ସାଙ୍ଗେସାଙ୍ଗେ ମାଡି ବସିବ । ଆଉ ତଣ୍ଟି ଚିପି ପଇସା ନେବ । ଏକଥା ଆମେ ନୁହେଁ ଏନେଇ ସୂଚନା ଦେଇଛନନ୍ତି କେନ୍ଦ୍ର ପରିବହନମନ୍ତ୍ରୀ ନିତିନ ଗଡକରି । ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସମସ୍ତଙ୍କ ଛାତିରେ ଛନକା ପସିଛି । ନଜର ପକାନ୍ତୁ କେଉଁ ଗାଡି ରାସ୍ତା ଉପରେ ଦୌଡିବା ମନା । ଖୁବ ଶିଘ୍ର ୧୫ ତଳର ପୁରୁଣା ଗାଡିକୁ ବ୍ୟାନ କରିପାରନ୍ତି ସରକାର ।
ନିକଟରେ ଲାଗୁ ହୋଇଥିବା ନୂଆ ମୋଟର ଭେଇକିଲ ଆକ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଖୁବ ଶିଘ୍ର ଏମିତି ଏକ ନୂଆ ନିୟମ ଆଣି ପାରନ୍ତି କେନ୍ଦ୍ର ସରକାର । ଆସିବାକୁ ଥିବା ଏହି ନୂଆ ପ୍ରସ୍ତାବକୁ କେନ୍ଦ୍ର ସଡକ ପରିବହନ ଓ ରାଜପଥ ବିଭାଗ ସମର୍ଥନ କରିଥିବା ବେଳେ ଖୁବ ଶିଘ୍ର ଏହା କ୍ୟାବିନେଟରେ ପାରିତ ହୋଇପାରେ । ଏନେଇ ମୁମ୍ବାଇରେ ସୂଚନା ଦେଇଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ।
୨ ଚକିଆ ୩ ଚକିଆ ଓ ଚାରି ଚକିଆ ଗାଡି ପାଇଁ ଲାଗୁ କରାଯାଇ ପାରେ ଏହି ନିୟମ । ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ କେନ୍ଦ୍ରସରକାର ଏମିତି ଏକ ନିୟମ ଆଣୁଥିବା କୁହାଯାଉଛି । ଏନେଇ ଚିଠା ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ମଳିଛି । ୧୫ ବର୍ଷରୁ ଅଧିକ ବର୍ଷର ପୁରୁଣା ଗାଡିକୁ ଆଉ ଫିଟନେସ ଦିଆ ନଯାଇ ଏହି ଗାଡି ଗୁଡିକୁ ଅଯୋଗ୍ୟ ଘୋଷଣା କରାଯିବ ।