ଔରଙ୍ଗାବାଦ(ଏଟିଆର ବ୍ୟୁରୋ):ସ୍ୱାମୀଙ୍କ ସମ୍ପକୀୟଙ୍କୁ ଭେଟିବାକୁ ଯାଇ ପାକିସ୍ତାନ ଜେଲରେ ୧୮ ବର୍ଷ ଜୀବନ କାଟିଲେ ହସିନା । ହସିନାଙ୍କ ପାସ୍ପୋର୍ଟ ହଜିଯିବାରୁ ସେ ଆଉ ଘରକୁ ଫେରିପାରି ନଥିଲେ । ଶେଷରେ ଔରଙ୍ଗାବାଦ ପୋଲିସର ଉଦ୍ୟମ ପରେ ଘରକୁ ଫେରିଛନ୍ତି ହସିନା ।
ଘରକୁ ଫେରିବା ପରେ ତାଙ୍କୁ ଔରଙ୍ଗାବାଦ ପୋଲିସ ଓ ତାଙ୍କ ପରିବାର ଲୋକେ ତାଙ୍କୁ ସ୍ୱାଗତ ଜଣାଇଛନ୍ତି । ନର୍କ ଯନ୍ତ୍ରଣା ଭୋଗି ନିଜ ଜନ୍ମ ମାଟିକୁ ଫେରିବା ପରେ ତାଙ୍କୁ ସ୍ୱର୍ଗ ପରି ଲାଗୁଛି ବୋଲି ସେ କହିଛନ୍ତି । ପାକିସ୍ତାନ ଜେଲରେ ତାଙ୍କୁ ଜବରଦସ୍ତି ରଖାଯାଇଥିଲା ବୋଲି ସେ କହିଛନ୍ତି । ଔରଙ୍ଗାବାଦ ପୋଲିସକୁ ସେ ଧନ୍ୟବାଦ ଜଣାଇଛନ୍ତି ।
ହସିନା ଔରଙ୍ଗାବାଦ ସ୍ଥିତ ସିଟି ଛକ ପୋଲିସ ଷ୍ଟେସନ ଅନ୍ତର୍ଗତ ରସିଦପୁରା ଅଚଂଳରେ ରହୁଥିଲେ । ସେ ଉତ୍ତର ପ୍ରଦେଶର ଶାହାରାନପୁର ନିବାସୀ ଦିଲଶାଦ ଅହମ୍ମନଙ୍କୁ ବିବାହ କରିଥିଲେ ।