ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି ନେଇ ଗାଡି ଚାଳକଙ୍କୁ ଆଶ୍ୱସ୍ତି । ଡେଡଲାଇନ୍ ବୃଦ୍ଧି କରିବା ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଗୋଟେ ମାସ ଯାଏଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି ବୃଦ୍ଧି କରିବା ଲାଗି ସରକାର ନିଷ୍ପତି ନେଇଛନ୍ତି । ଅର୍ଥାତ ଅକ୍ଟୋବର ୩୧ ଯାଏଁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧିକୁ ବୃଦ୍ଧି କରାଯାଇଛି । ଯାହାଦ୍ୱାରା ପୁରୁଣା ନମ୍ବର ପ୍ଲେଟ ଥିଲେ ସୁଧା ଆସନ୍ତାକାଲି ଗଣିବାକୁ ପଡିବନି ଜରିମନା ।
ଏହି ମାମଲାରେ ଆଜି ହାଇକୋର୍ଟରେ ଶୁଣାଶି ବେଳେ ପରିବହନ କମିଶନର ନିଜ ଆଡୁ ସତ୍ୟପାଠ ଦାଖଲ କରିଥିଲେ । ଆସନ୍ତା ଅକ୍ଟୋବର ୨୬ ରେ ମାମଲାର ପରବର୍ତ୍ତି ଶୁଣାଣି ହେବ ।