ନୟାଗଡ (ଏଟିଆର ବ୍ୟୁରୋ); କେବେ ଚାଲୁ ହେବ ନୟାଗଡ ଜିଲ୍ଲାର କୃଷି ଭିତ୍ତିକ ଶିଳ୍ପ ଚିନିକଳ? ଏଭଳି ପ୍ରଶ୍ନ ଏବେ ଜିଲ୍ଲାରେ ଚର୍ଚ୍ଚା ହେଉଛି । ଜିଲ୍ଲାର ହେବିୱେଟ ନେତା କୃଷି ମନ୍ତ୍ରୀ ପଦ ପାଇଛନ୍ତି । ଯାହାକି ଜିଲ୍ଲା ପାଇଁ ଏକ ଖୁସି ଖବର । ଜିଲ୍ଲାବାସୀ ଆଶା ରଖିଛନ୍ତି ଏହି ଚିନିକଳ ପୁଣିଥରେ ଚାଲୁ ହେବ ଏବଂ ଭଲ ଦିପଇସା କମେଇବେ । ନିର୍ବାଚନ ପୂର୍ବରୁ ସବୁ ନେତା ପ୍ରତିଶୃତି ଦେଇଥିଲେ କି ଚିନିକଳ ଚାଲୁ ହେବ ।
ସବୁ ଦଳର ପ୍ରାର୍ଥୀ ଚିନିକଳକୁ ମୁଖ୍ୟ ମୁଦ୍ଧା କରି ନିର୍ବାଚନୀ ପ୍ରଚାର କରିଥିଲେ । କ୍ଷମତାକୁ ଆସିଥିବା ବିଧାୟକ ପ୍ରତିଶୃତି ଦେଇଥିଲେ କି ଶାସନକୁ ଆସିବାର ସପ୍ତାହେ ମଧ୍ୟରେ ଚାଲୁ ହେବ ଚିନିକଳ । କିନ୍ତୁ ଇତି ମଧ୍ୟରେ ଦୁଇ ମାସ ବିତିଗଲାଣି । କିନ୍ତୁ କିଛି ଉନ୍ନତି ହୋଇନାହିଁ । ତେବେ ନୟାଗଡ ଚିନିକଳ ବଞ୍ଚାଅ ଅଭିଯାନ ଆରମ୍ଭ କରି ଲୋକମାନେ ପ୍ରତିବାଦ କରୁଛନ୍ତି ।
ଦୀର୍ଘଦିନ ହେବ ଅକାମି ହୋଇ ପଡି ରହିଥିବା ଚିନିକଳ ଚାଲୁ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଉଛି । କିନ୍ତୁ ଏହାର କୌଣସି ଫରକ ପଡିନାହିଁ । ବହୁ ଲୋକଙ୍କ ଭାତହାଣ୍ଡି ପାଲଟିଥିବା ଏହି ଚିନିକଳ ଚାଲୁ କରାଇବା ପାଇଁ ସମସ୍ତଙ୍କ ଇଛା । କିନ୍ତୁ ରାଜନୈତିକ କିମ୍ବା ପ୍ରଶାସନିକ ପକ୍ଷରୁ କୌଣସି ସୁବିଧା ମିଳୁନାହିଁ । ଏବେ ଗୁଜୁରାଟର ଏକ ସ୍କ୍ରାପ୍ ଡିଲର୍ କୁ ଚିନିକଳ ବିକ୍ରିହେବା ଖବର ଜିଲ୍ଲାର ଶହ ଶହ ଅଖୁଚାଷୀଙ୍କ ନିଦ ହଜେଇଦେଇଛି । ଏଣୁ , ଏ ଦିଗରେ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ରକ୍ଷାକରି ସରକାର ଚିନିକଳକୁ ପୁନଃ କାର୍ୟ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହୋଇଛି ।