ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ବର୍ଷାର ପରିମାଣ ବଢିବାରେ ଲାଗିଛି । ଗତ ୨ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ସେହିଭଳି ଛତିଶଗଡରେ ବର୍ଷାର ପରିମାଣ ଅଧିକ ରହିଥିବାରୁ ହୀରାକୁଦ ଜଳ ଭଣ୍ଡାରରେ ମଧ୍ୟ ଜଳସ୍ତର ବଢିବାରେ ଲାଗିଛି । ଅନ୍ୟପଟେ ସବୁ ନଦୀ ମଧ୍ୟ ଫୁଲିବାରେ ଲାଗିଛି । ଯାହାର ପ୍ରଭାବରେ କେନ୍ଦ୍ରାପଡାର ବ୍ରାହ୍ମଣୀ ଖରସ୍ରୋତା ଓ କାଶୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି ।
ଯାହାଫଳରେ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ଅଞ୍ଚଳ ଏବେ ଜଳବନ୍ଦୀ ହୋଇ ରହିଛି । ବନ୍ୟା ପାଇ ମାଡି ଶହ ଶହ ଏକର ଚାଷ ଜମିରେ ଫସଲ ନଷ୍ଟ ହୋଇଛି । ସେହଭଳି ଉପରମୁଣ୍ଡରେ ଲଗାଣ ବର୍ଷା ହେଉଥିବାରୁ ଖୋର୍ଦ୍ଧାର ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଛି । ଖୋର୍ଦ୍ଧା ଜିଲ୍ଲା ରାଜୁଆ ନଦୀରେ ବନ୍ୟାଜଳ ଲହଡି ଭାଙ୍ଗୁଛି । ପାଖାପାଖି ୮ ଜିଲ୍ଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।
ଅନେକ ଲୋକଙ୍କ ଘରେ ପାଣି ପସି ଯିବାରୁ ଲୋକ ହନ୍ତସନ୍ତ ହେଉଛନ୍ତି । ଅନ୍ୟପଟେ ଲାଗି ରହିଥିବା ବର୍ଷା ଆହୁରି ୨ ଦିନ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ବର୍ଷାକୁ ନଜରରେ ରଖି ରାଜ୍ୟର ୪ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ଆସନ୍ତା ୧୩ ଓ ୧୪ ତାରିଖରେ କୋରାପୁଟ, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ଆଶଙ୍କା ରହିଛି ।