ଗଞ୍ଜାମ (ଏଟିଆର ବ୍ୟୁରୋ ) ; ବାତ୍ୟା ଦୂରେଇଛି , ବର୍ଷା ଛଡିଛି , ବନ୍ୟା କମିଛି । ଏପରି ପରିସ୍ଥିତିରେ ଏବେ ବି କିଛି ସ୍ଥାନରେ ସ୍ଥିତି ଅସାମାନ୍ୟ ରହିଛି । ଜଳବନ୍ଦୀରେ ରହିଛନ୍ତି ଶହ ଶହ ଲୋକେ । ସହାୟତାରେ ଲାଗିପଡିଛନ୍ତି ସୁରକ୍ଷାକର୍ମୀ । ଲୋକମାନଙ୍କର ଖାଦ୍ୟ ପାଇଁ ତତ୍ପର ରହିଛନ୍ତି ସମସ୍ତେ । ଆକାଶ ମାର୍ଗରୁ ରିଲିଫ ସାମଗ୍ରୀ ବଣ୍ଟାଯାଉଛି । ତିତଲି ଚାଲିଗଲା ପରେ ଗଞ୍ଜାମକୁ ଘାରିଛି ବନ୍ୟା ବିପଦ । ବନ୍ୟାରେ ନାହିଁ ନଥିବା ସମସ୍ୟା ସମ୍ମୁଖିନ ହେଉଛନ୍ତି ଲୋକେ ।
ବିଶେଷକରି ଗଞ୍ଜାମଜିଲ୍ଲାର ଲୋକେ ବନ୍ୟାରେ ବେଶୀ ପ୍ରଭାବିତ ହୋଇଛନ୍ତି । ଆସ୍କା , ପୁରୁଷୋତ୍ତମପୁର , ସୋରଡା ଓ ଧରାକୋଟରେ ସ୍ଥିତି ଗମ୍ଭିର ହୋଇ ରହିଛି । ଆଜି ଏହି ସବୁ ଅଞ୍ଚଳରେ ଆକାଶମାର୍ଗରୁ ରିଲିଫ ଦିଆଯାଇଛି । ବ୍ରହ୍ମପୁରର ରଙ୍ଗେଇଲୁଣ୍ଟା ଏୟାର ଷ୍ଟିଫରୁ ରିଲିଫ ସମଗ୍ରୀ ଏକ ହେଲିକପ୍ଟର ସାହାର୍ଯ୍ୟରେ ବନ୍ୟା ପ୍ରପୀଡିତ ଲୋକଙ୍କ ପାଇଁ ନିଆଯାଇଛି । ସ୍ଥାନୀୟ ଆସ୍କା ଅଞ୍ଚଳରେ ଆଜି ରିଲିଫ ବଣ୍ଟନ କରାଯାଇଛି । ସେହିପରି ଅନ୍ୟ ଏକ ହେଲିକପ୍ଟର ସାହାଯ୍ୟରେ ପୁରୁଷୋତ୍ତମପୁର ଓ ଶେରଗଡ ଅଭିମୂଖେ ଯାଇ ସେଠାରେ ରିଲିଫ ସାମଗ୍ରୀ ପାକାଇଛି । ପରିସ୍ଥିତି ଏବେ ଆୟତରେ ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ବନ୍ୟା ସଂମ୍ପୁର୍ଣ୍ଣ କମିଯିବ ବୋଲି ଜଣା ପଡିଛି ।