ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଆଉ ରାସ୍ତାରେ ହଟାତ ଚମକି ପଡିବେନି କିମ୍ବା ଡରିଯିବେନି ପଥଯାତ୍ରୀ, କି ଆଉ ରାଜରାସ୍ତାରେ ଶୁଣିବାକୁ ମିଳିବନି କର୍କସ ହର୍ଣ୍ଣ ପେଁ ପାଁ । କାରଣ ଉଭୟ ଘରୋଇ ଏବଂ ସରକାରୀ ବସ୍ର ହର୍ଣ୍ଣ ଉପରେ ଅଙ୍କୁଶ ଏବେ କଡାକଡି । ଏନେଇ ଭୁବନେଶ୍ବର ଆରଟିଓଙ୍କ ପକ୍ଷରୁ ନିୟମ କଡାକଡି ହୋଇଛି । ଯାହାକୁ ନେଇ ବାଣୀବିହାର ଓଭରବ୍ରୀଜ ଉପରେ ଘରୋଇ ବସଗୁଡିକର ଯାଞ୍ଚ କରଛନ୍ତିି ଭୁବନେଶ୍ବର ଆରଟିଓ ଅଧିକାରୀ ।
ଆଉ ଯେଉଁ ବସରେ ନିର୍ଦ୍ଧାରିତ ଶବ୍ଦ ଠାରୁ ଅଧିକ ମାତ୍ରାର ହର୍ଣ୍ନ ଲାଗିଛି ତାହାର କାହାଳି ବା ସ୍ପିକର ଖୋଲିନିଆଯାଇଛି ।ଏହା ପରେ ଯଦି କେହି ଏହି ନିୟମ ଉଲଂଘନ କରେ, ତେବେ ବସ୍ର ରୁଟ ପରମିଟକୁ ବାତିଲ କରିଦିଆଯିବ । ଯାହା ଟ୍ରାନ୍ସପୋର୍ଟ ବିଭାଗ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । ଏପରିକି , ଭୁବନେଶ୍ବର ଆରଟିଓ ପକ୍ଷରୁ ଅତର୍କୀତ ଯାଞ୍ଚ କରାଯିବ । ପ୍ରତି ବସକୁ ଅଟକାଇ ସଗୁଡିକର ହର୍ଣ୍ନ ଚେକିଂ କରିବ ପରିବହନ ବିଭାଗ କର୍ମଚାରୀ ।
କିନ୍ତୁ ବସ କର୍ମଚାରୀଙ୍କ କହିବା କଥା ଲୋକେ ରାସ୍ତା ଉପରେ ଗାଡି ରଖି କଥା ହେଉଛନ୍ତି ଯେଉଁଥିପାଇଁ ରାସ୍ତା ଜାମ୍ ହେଇଛି ଆଉ ଅଯଥାରେ ପଥଯାତ୍ରୀ ହଇରାଣ ହେଇଛନ୍ତି । ସେଥିପାଇଁ ଉଚ୍ଚ ସ୍ୱରର ହର୍ଣ୍ଣ ଲଗାଇବାକୁ ବାଧ୍ୟ ହେଉଥିବା ସଫେଇ ଦେଇଛନ୍ତି ଉଭୟ ଘରୋଇ ଓ ସରକାରୀ ବସ୍ କର୍ମଚାରୀ । ଖାଲି ଦେଖିବାକୁ ବାକି ରହିଲା ଯେ ଆଗକୁ ଏହି ନିୟମ କେତେ ସଫଳ ହେଇଛି ।