ଭୁବନେଶ୍ୱର (ଏଟଆର ବ୍ୟୁରୋ): ଆଜି ଲୋକସେବା ଭବନ ରାଜ୍ୟ କନଭେନସନ ହଲରେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ ମହମ୍ମଦ ରଫିକ୍ । ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଶପଥ ପାଠ କରାଇଛନ୍ତି ।
ଏହି ଅବସରରେ ଲୋକସେବା ଭବନରେ ପୋଲିସ ଡିଜି, ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ନେତା ସମେତ ବିରୋଧୀ ଦଳ ନେତାମାନେ ଉପସ୍ଥିତ ଥିଲେ । ମାତ୍ର ସମସ୍ତେ କରୋନାର ଗାଇଡ୍ ଲାଇନ୍ ଅନୁଯାୟୀ ସାମାଜିକ ଦୂରତା ବଜାୟ ରଖିଥିଲେ ।
ଜଷ୍ଟସ୍ ମହମ୍ମଦ ରଫିକ୍ ପୂର୍ବରୁ ମେଘାଳୟ ହାଇକୋର୍ଟର ବିଚାରପତି ଥିଲେ । ଏବେ ତାଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାର ଦାୟିତ୍ୱ ପାଇଁ ବଦଳି କରାଯାଇଛି ।