ସମ୍ବଲପୁର (ଏଟିଆର ବ୍ୟୁରୋ): ଆଜି ହିରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍ପାସିତ କରାଯିବ । ଆଜି ସକାଳ ୧୦ ଟା ପରେ ଏହି ଗେଟ୍ ଖୋଲା ଯିବାର ସୂଚନା ରହିଛି । ଉପରମୁଣ୍ଡରେ ବର୍ଷା ପାଇଁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ସେଥିପାଇଁ ଆଜି ଗେଟ୍ ଖୋଲିବାର ନିଷ୍ପତି ନିଆଯାଇଛି ।
ସେଥିପାଇଁ ମହାନଦୀ ଅବବାହିକାରେ ବାସ କରୁଥିବା ଲୋକଙ୍କୁ ସତର୍କ ରହିବା ପାଇଁ କୁହାଯିବା ଯିବା ସେମାନଙ୍କୁ ବାରମ୍ବାର ଡାକବାଜି ଯନ୍ତ୍ର ଜରିଆରେ ସଚେତନ କରାଯାଉଛି । ଏହାସହିତ ତଳିଆ ଅଞ୍ଚଳର ୯ ଜିଲ୍ଲାର ଜିଲ୍ଲାପାଳକୁ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚିଠି ଲେଖାଯାଇଛି ।