ନୟାଗଡ (ଏଟିଆର ବ୍ୟୁରୋ):ପୁରୁଷ ହକି ବିଶ୍ୱକପ ଟ୍ରଫି ଗତକାଲି ଭୁବନେଶ୍ୱରରେ ଆସି ପହଁଚିବା ପରେ ଆଜି ନୟାଗଡରେ ପହଁଚିଛି ଟ୍ରଫି । ଏନେଇ ନୟାଗଡରେ ପ୍ରାଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେଠାରେ ଟ୍ରଫିକୁ ସ୍ୱାଗତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି ।
ସାରା ଦେଶରେ ଟ୍ରଫି ଭ୍ରମଣ କରିବା ପରେ ଭୁବନେଶ୍ୱରରେ ପହଁଚିଥିଲା । ଏହାପରେ ପ୍ରଥମେ ନୟାଗଡରେ ପହଁଚିଛି । ଏଭଳି ରାଜ୍ୟର ସମସ୍ତ ଜିଲ୍ଲା ଭ୍ରମଣ କରିବ ଟ୍ରଫି ।