ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ମୁକାବିଲା କରିବା ପାଇଁ ସାରା ବିଶ୍ୱ ବର୍ତ୍ତମାନ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛି । ତେବେ ଏହାରି ଭିତରେ ଖାଦ୍ୟ ସାମଗ୍ରୀ ହେମ୍ ଡେଲିଭରି କରାଯିବ ପାଇଁ ବ୍ୟବସ୍ଥା କରାଯାଉଛି । କଟକ ଜିଲ୍ଲା ପ୍ରଶାସନ ପୌର ପ୍ରଶାସନ ସହଯୋଗରେ ସିଏମସି ଅଞ୍ଚଳରେ ଏହି ବ୍ୟବସ୍ଥା କରାଯାଇଛି । ଜନ ଗହଳିକୁ କମ କରିବା ପାଇଁ ଏହି ଭଳି ବ୍ୟବସ୍ଥା କରାଯାଇଛି । ସିଏସି ପକ୍ଷରୁ ବଡ ବଡ ଦୋକାନ ମାନଙ୍କର ତାଲିକ, ଠିକଣା ଓ ଫୋନ ନମ୍ବର ଜାରି କରାଯାଇଛି ।
ସେହିଭଳି ସମ୍ବଲପୁର ଜିଲ୍ଲା ପ୍ରଶାସନ ପୌର ପ୍ରଶାସନର ସହଯୋଗରେ ସମ୍ବଲପୁର ମହାନଗର ଅଞ୍ଚଳରେ ହେମ୍ ଡେଲିଭରି ବ୍ୟବସ୍ଥା କରାଯାଇଛି । ଏହି ସବୁ ଦୋକାନ ମାନଙ୍କୁ ଫୋନ କଲା ମାତ୍ରେ ସେମାନେ ଅତ୍ୟାବଶକ ଜିନିଷ ନେଇ ହୋମ ଡେଲିଭରି କରି ଦେବେ । ଜନଗହଳିକୁ କମେଇବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ମିଳିଛି ।
ସୂଚନା ଯୋଗ୍ୟ କରୋନା ଭାଇରସ ଏବେ ସାରା ଦେଶରେ ତାର କାୟା ବିସ୍ତାର କରିବାରେ ଲାଗିଛି । ୧୯୬ ଦେଶରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି । ପ୍ରାୟ ୧୬ ହଜାରରୁ ଅଧିକ ଲୋକ ଏହି ଭାଇରସରେ ମୃତ୍ୟୁବରଣ କରିଛନ୍ତି । ତେବେ ଭାରତରେ ମଧ୍ୟ ଏହି ଭାଇରସ ତାର ପ୍ରକୋପ ବଢାଇବାରେ ଲାଗିଛି । ଭାରତରେ ୫୦୦ରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ଥିବା ବେଳେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଓଡିଶାରେ ୨ଟି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି ।