ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏବେ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କାରଣ ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁଛି କେତେକ ଲୋକ କ୍ୱାରେଣ୍ଟାଇନରେ ଥିବା ବେଳେ ସେମାନେ ବାହାରେ ବୁଲାବୁଳଇ କରୁଛନ୍ତି । ଯାହା ଫଳରେ ସଂକ୍ର୍ରମଣ ଅଧିକ ବ୍ୟାପିବା ଆଶଙ୍କା କରାଯାଉଛି । ଯାହାକୁ ଦୃଷ୍ଟିରେ ରଖି ସରକାର ଗୋଟିଏ ନୂଆନଷ୍ପତ୍ତି ନେବାକୁ ଯାଉଛନ୍ତି । ଏଣିକି କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କ ହାତରେ ଲାଗିବ ଅଲିଭା କାଳି ।
ପୂର୍ବରୁ ଯେମିତି ଭୋଟ କେନ୍ଦ୍ରରେ ଭୋଟ ଦେଇ ସାରିବା ପରେ ଲୋକଙ୍କ ହାତରେ ଅଲିଭା କାଳି ଲାଗୁଥିଲା । ଏବେ ସେମିତି ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଏମିତି ଏକ ପଦକ୍ଷେପ ନିଆଯାଉଛି । ଏହା ଦ୍ୱାରା କ୍ୱାରେଣ୍ଟାଇନରେ ରହିଥିବା ଲୋକ ବାହାରେ ବୁଲାବୁଲି କଲେ ତାକୁ ସହଜରେ ଚିହ୍ନଟ କରାଯାଇ ପାରିବ । କ୍ୱାରେଣ୍ଟାଇନରେ ରହୁଥିବା ବ୍ୟକ୍ତିଙ୍କ ହାତରେ କାଳିରେ ତାରିଖ ମଧ୍ୟ ଉଲ୍ଲେଖ ରହିବ । ସୂଚନାଯୋଗ୍ୟ ମହାରାଷ୍ଟ୍ରରେ ପୂର୍ବରୁ ଏହି ବ୍ୟବସ୍ଥା ଲାଗୁ ହୋଇ ସାରିଛି ।