ଭୁବନେଶ୍ୱର(ଏଟିଆର ବ୍ୟୁରୋ) ; ପୋର୍ଟାଲ ବନାମ ହୋଟେଲ । ଧନ୍ଦା ବୁଡାଉଛି ଡିସକାଉଂଟ । ଅନଲାଇନ ହୋଟେଲ ବୁକିଂ ନାଁ ଦାଦାଗିରି ଚଳାଇଛନ୍ତି କମ୍ପାନୀ ।
() ଓଡିଶାରେ ରହିବା ପାଇଁ ଅନଲାଇନରେ ରୁମ ବୁକ କରୁଛନ୍ତି କି ? ସାବଧାନ । ଓଡିଶାରେ ଆପଣଙ୍କୁ ମିଳି ନପାରେ ରୁମ । ମାନେ ଓଡିଶାରେ ରହିବା ପାଇଁ ଆପଣ ବୁକ କରିଥିବା ହୋଟେଲରେ ଆପଣଙ୍କୁ କରାଯାଇ ନପାରେ ଆଲାଓ । ଆପଣ ବୁକ କରିଥିବା ବୁକିଂକୁ କରାଯାଇପାରେ ବାଉନ୍ସ । କାରଣ ଏମିତି ଏକ ମିଶନ ଆରମ୍ଭ ହୋଇଛି ଅହମ୍ମଦାବାଦରୁ । ଯାହାକୁ ସମର୍ଥନ ଜଣାଇଛି ଓଡିଶା ହୋଟେଲ ଆସୋସିଏସନ ।
() ଅନଲାଇନ ପୋର୍ଟାଲ ମେକ୍ ମାଇଁ ଟ୍ରିପ୍ ଓ ଗୋ ଆଇବିବୋକୁ ବୟକଟ କରିଛି ଅହମ୍ମଦାବାଦ ହୋଟେଲ ଆସୋସିଏସନ । ଏହି ଦୁଇ ଅନଲାଇନ ପୋର୍ଟାଲରେ ହୋଟେଲ ରୁମ ବୁକ ହୋଇଥିଲେ ଏହାକୁ ଆଲାଓ କରାଯିବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛି ସଂଘ । ଆଜିଠାରୁ ହିଁ ଏହା ଅହମ୍ମଦାବାଦରେ ଲାଗୁ ହୋଇଥିବା ବେଳେ ଖୁବଶୀଘ୍ର ଏହି ନିଆଁ ବ୍ୟାପିପାରେ ଓଡିଶାକୁ ।
() ଆସୋସିଏସନ କହିଛି ଗୋ ଆଇବି ବୋ ଓ ମେକ ମାଇଁ ଟ୍ରିପ ଗ୍ରାହକଙ୍କୁ ଦେଇ ଚାଲିଛନ୍ତି ହେଭି ଡିସକାଉଂଟ । ଫଳରେ ଆକୃଷ୍ଟ ହେଉଛନ୍ତି ଗ୍ରାହକ । ଏପଟେ ହୋଟେଲ ଠାରୁ ମଧ୍ୟ ମୋଟା ଅଙ୍କର କମିଶନ ମାଗୁଛନ୍ତି କମ୍ପାନୀ । ମାତ୍ର ୧୫ ପ୍ରତିଶତ କମିଶନ ଚୁକ୍ତିରେ ଆରମ୍ଭ ହୋଇଥିବା ଏହି ଅନଲାଇନ ପୋର୍ଟାଲ ଏବେ ହୋଟେଲ ଠାରୁ ୪୦ ପ୍ରତିଶତ କମିଶନ ମାଗୁଛନ୍ତି । ପରିସ୍ଥିତି ଏମିତି ହେଲାଣି ଯେ, ହୋଟେଲ ବ୍ୟବସାୟରେ ଲାଭ ତ ଲାଭ ମୂଳ ବି ଉଠୁନି । ଫଳରେ ଅହମ୍ମଦାବାଦ ସହରରେ ଏହି ଦୁଇ ପୋର୍ଟାଲ ଦ୍ୱାରା ବୁକ ହୋଇଥିବା ସବୁ ରୁମକୁ ବାଉନ୍ସ କରିବାକୁ ନିଷ୍ପତି ନେଇଛି ଆସୋସିଏସନ ।
() ସବୁଠୁ ବଡ କଥା ହେଉଛି ଅହମ୍ମଦାବାଦର ହୋଟେଲ ଆସୋସିଏସନର ଏହି ନିଷ୍ପତିକୁ ସମର୍ଥନ ଜଣାଇଛି ଓଡିଶା ହୋଟେଲ ଆସୋସିଏସନ । ଯାହା ଫଳରେ ଓଡିଶାରେ ଖୁବଶୀଘ୍ର ଏହାର ପ୍ରଭାବ ଦେଖିବାକୁ ମିଳିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଓଡିଶା ସହ ବାଙ୍ଗାଲୋର, ଇନ୍ଦୋର, ମୁମ୍ବାଇ ଓ ଚଣ୍ଡିଗଡ ହୋଟେଲ ଆସୋସିଏସନ ବି ଏହି ନିଷ୍ପତିକୁ ସ୍ୱାଗତ କରିିବା ସହ ସମର୍ଥନ ଜଣାଇଛି । ଏହି ଅନଲାଇନ ବୁକିଂ ପାଇଁ ହୋଟେଲ ବ୍ୟବସାୟର ଗ୍ରସ୍ ଅପରେଟିଙ୍ଗ୍ ପ୍ରଫିଟ ବା ଜିଓପି ଦିନକୁ ଦିନ କମିଚାଲିଥିବା ବେଳେ ଏହା ବିରୋଧରେ କୁହୁଳିଛି ନିଆଁ । ଯାହା ଅହମ୍ମଦାବାଦରୁ ଆରମ୍ଭ ହୋଇ ସାରା ଦେଶକୁ ବ୍ୟାପପାରେ ବୋଲି କୁହାଯାଉଛି । ଗତ ଦିୱାଲୀ ସମୟରେ ଆମାଜନ ଓ ଫ୍ଲିକଆର୍ଟର ଡିସାକଉଂଟକୁ ବିରୋଧ ହୋଇଥିବା ବେଳେ ଏବେ ଗୋ ଆଇବିବୋ ଓ ମେକ ମାଇଁ ଟ୍ରିପର ପାଳି ପଡିଛି । ତେବେ ଏ ଭଳି ସମୟରେ ଗ୍ରାହକ ଅନଲାଇନରେ ହୋଟେଲ ବୁକ କରୁଥିବା ଗ୍ରାହକ କ୍ଷତି ସହିବା ପୂର୍ବରୁ ସଚେତନ ହେବା ଜରୁରୀ ହୋଇ ପଡିଛି ।
ବ୍ୟୁରୋ ରିପୋର୍ଟ, ଏଟିଆର ନ୍ୟୁଜ ।