ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ବିଶ୍ୱରେ ଏବେ କରୋନା ମହାମାରୀ ତାର ତାଣ୍ଡବ ଦେଖାଉଛି । ଏହି ଅବସରରେ ଭାରତରେ ମଧ୍ୟ ତାଲା ବନ୍ଦ ଜାରି ରହିିଛି । ଭାରତରେ ରେଳ ଓ ସମସ୍ତ ଜାତୀୟ ସେବାକୁ ସ୍ତଗିତ ରଖାଯାଇଛି ।ଗତ ମାର୍ଚ୍ଚ ୨୨ ତାରିଖ ଠାରୁ ସମସ୍ତ ଆନ୍ତର୍ଜାତୀୟ ବିମାନ ଉଡାଣ ନିସିଦ୍ଧ କରାଯାଇଛି । ମାତ୍ର ତୃତୀୟ ପର୍ଯ୍ୟାୟରେ କେନ୍ଦ୍ର ସରକାର ବାହାରେ ରାଜ୍ୟରେ ଫସି ରହିଥିବା ପ୍ରବସୀ ମାନଙ୍କ ନିଜ ରାଜ୍ୟ ଫେରାଇ ନେବାକୁ ଗାଇଡ ଲାଇନ ଜାରି କରିଥିଲେ । ଯାହା ଏବେ ରାଜ୍ୟମାନେ କାର୍ଯ୍ୟକାରୀ କରୁଛନ୍ତି ।
ସେହିଭଳି ବିଭିନ୍ନ ଦେଶରେ ଏବେ ଲକ ଡାଉନ ଜାରି ରହିଥିବାରୁ ବିଦେଶରେ ରହୁଥିବା ଭାରତୀୟ ମାନେ ବିଭିନ୍ନ ସମସ୍ୟା ସହିତ ସେଠାରେ ଫସି ରହିଛନ୍ତି । ସେମାନଙ୍କୁ ବିଦେଶରୁ ଭାରତ ଫେରାଇ ଆଣିବା ପାଇଁ ଭାରତ ଏବେ ବିମାନ ପଠାଇବାକୁ ସ୍ଥିର କରିଛି । ଏନେଇ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିଛି । ଆସନ୍ତା ୭ ତାରିଖରୁ ପର୍ଯ୍ୟାୟ କ୍ରମରେ ଲୋକଙ୍କ ବିଦେଶରୁ ଫେରାଇ ଅଣାଯିବ । ବିଦେଶରୁ ସେମାନଙ୍କୁ ଫେରାଇ ଆଣିବା ପାଇଁ ନୌସେନା ଯାହାଜ ଓ ବିମାନ ପଠାଯିବ ।
ଏନେଇ ଭାରତୀୟ ଦୂତାବସ ଓ ବିଦେଶ ମନ୍ତ୍ରଣାଳୟ ତାଲିକା ପ୍ରସ୍ତୁତ କରୁଛନ୍ତି । ତେବେ ଏଥିପାଇଁ ବିଦେଶରୁ ଫେରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷ ସମସ୍ତ ଯାତ୍ରା ବହନ କରିବେ । ସେଠାରେ କରୋନା ପରୀକ୍ଷଣ କରାଯିବା ପରେ ସ୍ୱଦେଶ ଫେରିବାକୁ ଅନୁମତି ମିଳିବ । ଯେଉଁମାନଙ୍କ ନିକଟରେ କରୋନା ଲକ୍ଷଣ ନଥିବ ସେଇମାନେ ଫେରିବେ ।
ସରକାରଙ୍କ ଦ୍ୱାରା ଜାରି ହୋଇଥିା ସମସ୍ତ ପ୍ରୋଟକଲ ପାଳନ କରିବେ । ସେମାନଙ୍କୁ ମଧ୍ୟ ଆରୋଗ୍ୟ ସେତୁ ଆପରେ ପଞ୍ଜୀକରଣ କରାଯିବ । ଡାକ୍ତରୀ ପରୀକ୍ଷା ପରେ ସରକାରୀ କ୍ୱାରେଣ୍ଟାଇନରେ ୧୪ ଦିନ ରଖାଯିବ । କ୍ୱାରେଣ୍ଟାଇନ ପିରିୟଡର ସମସ୍ତ ଖର୍ଚ୍ଚ ନିଜେ ବହନ କରିବାକୁ ପଡିବ । ୧୪ ଦିନ ପରେ ପୁଣି କୋଭିଡ ପରୀକ୍ଷା କରାଯିବା ପରେ ସେମାନଙ୍କୁ ଘରକୁ ଯିବାକୁ ଅନୁମତି ମିଳିପାରେ ।