ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ଚର୍ଚ୍ଚାରେ ଜଣେ ଓଡିଆ ପୁଅ ।ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ର ପ୍ରଥମ ମାନବ ମହାକାଶ ମିଶନ ‘ଗଗନଯାନ’ ରେ ଓଡିଆ ପୁଅ ତଥା ୱିଙ୍ଗ କମାଣ୍ଡର ନିଖିଲ ରଥ ସର୍ଟଲିଷ୍ଟ ହୋଇଛନ୍ତି । ୨୦୨୨ ରେ ହେବାକୁ ଥିବା ଏହି ମାନବ ମିଶନ ପାଇଁ ୪ ଜଣ କ୍ରିଉ ସଦସ୍ୟଙ୍କ ନାଁ ଘୋଷଣା କରାଯାଇଛି । ଯେଉଁଥିରେ ବଲାଙ୍ଗିର ସହର ସୁଦପଡାରେ ଜନ୍ମିତ ନିଖିଲ ରଥଙ୍କ ନାଁ ସାମିଲ ଅଛି । ଏହାପରେ ନିଖଲଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି ।
କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ , କେନ୍ଦ୍ରୀୟମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପ୍ରମୁଖ ନିଖିଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Hon'ble Governer is extremely delighted to know that #Odisha born IAF Wing Commander Nikhil Rath has been shortlisted for the ambitious first human mission to space #Gaganyaan of @isro. The Governor congratulates & wishes him success in the upcoming one year training in Russia.
— Governor Odisha (@GovernorOdisha) August 8, 2020
ଭାରତୀୟ ବାୟୁସେନାର ଗଗନଯାନ ଟିମ ନିକଟରେ ଋଷିଆରେ ତାଲିମ ଶେଷ କରିଛନ୍ତି । ଗଗନଯାନ ମିଶନ ପାଇଁ ମୋଟ ତାଲିମ ନେଇଥିବା ୨୫ ଜଣ ପାଇଲଟଙ୍କ ମଧ୍ୟରୁ ୪ ଜଣ ପାଇଲଟଙ୍କୁ ଚୟନ କରାଯାଇଛି । ଯେଉଁଥିରେ ସାମିଲ ଅଛନ୍ତି ଓଡିଆ ପୁଅ ନିଖିଲ ରଥ । ଯାହା ଓଡିଶା ପାଇଁ ଗର୍ବ ଏବଂ ଗୌରବର କଥା ।