ନୂଆଦିଲ୍ଲୀ(ଏଯିଆର ବ୍ୟୁରୋ): ଭାରତ ଓ ଚୀନ ମଧ୍ୟରେ ଏଲଏସିରେ ଲାଗି ରହିଥିବା ବିବାଦ ଏବେ ଶେଷ ହୋଇଛି । ଉଭୟ ପକ୍ଷ ଲଦାଖ ଓ ପ୍ୟାଙ୍ଗଙ୍ଗ୍ ହ୍ରଦର ଉତ୍ତର ଓ ଦକ୍ଷିଣ ଉପକୂଳରୁ ସୈନିକ ଓ ଅସ୍ତ୍ରଶସ୍ତ୍ର ପଛକୁ ହଟାଇବା ପରେ ଏହି ପ୍ରକ୍ରିୟାର ଆଗାମୀ କାର୍ୟ୍ୟପନ୍ଥା ସ୍ଥିର କରିବେ । ଏନେଇ ସୂଚନା ପ୍ରଦାନ କରାଯାଇଛି ।
ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିକୁ ନେଇ ଏବେ ସେନାଙ୍କୁ ପଛକୁ ହଟାଇବାକୁ ପ୍ରଥମ ପ୍ରକ୍ରିୟା ଆରମ୍ଭ ହୋଇଛି । ଏବେ ଏହି ବୈଠକ ଭାରତର ଚୁରୁଲ ସେକ୍ଟର ନିକଟରେ ଚାଇନାର ମୋଲଡୋରେ ହେବ । ଏହି ବୈଠକ ଅତି ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କୁହାଯାଇଛି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଫେବ୍ରୁଆରୀ ୧୧ରେ ସଂସଦରେ କହିଥିଲେ । ସେ ଚୀନ ସେନା ନିଜର ତମ୍ବୁ ଓ ଟେଣ୍ଟ୍ ହଟାଇଦେଇଛି । ଏହାକୁ ସେ ଫିଙ୍ଗର-୮ ଅଞ୍ଚଳକୁ ନେଇଯିବ । ଭାରତ ନିଜର ସୈନ୍ୟଙ୍କୁ ଫିଙ୍ଗର ୩ ନିକଟରେ ନିଜର ସ୍ଥାୟୀ ଅଞ୍ଚଳ ଧନ ସିଂ ଥାପ୍ପା ପୋଷ୍ଟରେ ରଖିବ । ପ୍ୟାଙ୍ଗଙ୍ଗର ଦକ୍ଷିଣ ତଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ସମାନ ପଦକ୍ଷେପ ନିଆଯାଉଛି ।