ଭୁବନେଶ୍ୱର (ଏଟିଆର ବ୍ୟୁରୋ): କୋଭିଡ ନିୟମ ଉଲ୍ଲଂଘନ ଯୋଗୁଁ ସିଲ୍ ହେଲା ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ (ଆଇଡି) ମାର୍କେଟ । ବିଏମସି ପକ୍ଷରୁ ବାରମ୍ବାର ତାଗିଦ କରିବା ସତ୍ୱେ କେହି ବି ନିୟମ ମାନି ନଥିଲେ । ନା ମୁହଁରେ ଥିଲା ମାସ୍କ ନା ମାନୁଥିଲେ ସାମାଜିକ ଦୂରତା । । ମାର୍କେଟରେ ଜମାଉଥିଲେ ଭିଡ । ଏହାକୁ ଦେଖି ବିଏମସି ପକ୍ଷରୁ ଆଇଡି ମାର୍କେଟକୁ ୨୪ ଘଣ୍ଟା ପାଇଁ ସିଲ୍ କରାଯାଇଛି । ଆଗାମୀ ୩ ଦିନ ଯାଏଁ ମାର୍କେଟ ଖୋଲିବା ଉପରେ କଟକଣା ।
ସୂଚନାଯୋଗ୍ୟ, କୋଭିଡ ନିୟମ ଉଲ୍ଲଂଘନ କରିବା ଯୋଗୁଁ ବିଏମସି ୨୪ ଘଣ୍ଟା ପାଇଁ ମାର୍କେଟ ସିଲ୍ କରିଛି । ସେହିପରି ଆସନ୍ତି ଶନିବାର ଏବଂ ରବିବାର ସଟଡାଉନ । ଯାହାଫଳରେ ତିନି ଦିନ ଯାକ ବନ୍ଦ ରହିବ ମାର୍କେଟ । ଗୁରୁବାର ସନ୍ଧ୍ୟାରେ ମାର୍କେଟରେ ପ୍ରବଳ ଭିଡ ଜମିଥିବାରୁ ବିମିଏମ ଏବଂ କମିଶନରେଟ ପୋଲିସ ମିଳିତ ଚଢାଉ କରିଥିଲେ ।