ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ପାକିସ୍ତାନରେ ପୁଣି ଥରେ ହୋଇଛି ସର୍ଜିକାଲ ଷ୍ଟ୍ରାଇକ୍ । ଏଥର ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିଛି ଇରାନ । ଇରାନର ରିଭୋଲ୍ୟୁଶନାରୀ ଗାର୍ଡ କ୍ରପସ ପାକିସ୍ତାନରେ ପଶି ନିଜ ସୈନ୍ୟମାନଙ୍କୁ ଉଦ୍ଧାର କରିଛନ୍ତି । ସୀମା ଭିତରେ ପଶି ଏକ ଗୁପ୍ତ ଅପରେସନ ଦ୍ୱାରା ୨ ସୈନ୍ୟମାନଙ୍କୁ ଛଡାଇ ଆଣିବାରେ ସଫଳ ହୋଇଛି ।
୨୦୧୮ ଅକ୍ଟୋବର ୧୬ ତାରିଖରେ ଦୁଇ ଦେଶର ସୀମା ବେଲୁଚିସ୍ତାନରୁ , ପାକିସ୍ତାନ ୧୨ ଟି ଇରାନୀ ସୈନ୍ୟଙ୍କୁ ଅପହରଣ କରିଥିଲା । ନଭେମ୍ବର ୧୫ ରେ ପାକିସ୍ତାନ ୫ ଜଣଙ୍କୁ ଛାଡିଥିବା ବେଳେ ୨୦୧୯ ମାର୍ଚ୍ଚ ୨୧ ରେ ଆଉ ୪ ଜଣ ସୈନ୍ୟଙ୍କୁ ଛାଡିଥିଲା ।ପାକିସ୍ତାନରେ ବନ୍ଦୀଥିବା ୨ ଜଣ ସୈନ୍ୟଙ୍କୁ ଇରାନ ଉଦ୍ଧାର କରିଛି । ଶେଷରେ ନିଜ ସୈନମାନଙ୍କୁ ଉଦ୍ଧାର କରିବା ପାଇଁ ଇରାନ ଏହି ସର୍ଜିକାଲ ଷ୍ଟ୍ରାଇକ୍ କରିଛି ।
ଏହି ସର୍ଜିକାଲ ଷ୍ଟ୍ରାଇକ୍ ପାକିସ୍ତାନର କିଛି ଆତଙ୍କବାଦୀ ନିହତ ହୋଇଛନ୍ତି । ଦୁଇ ବର୍ଷ ତଳେ ପାକିସ୍ତାନର ଜୈଶ-ଉଲ-ଅଦଲ ସଂଗଠନର ୨ ବର୍ଡର ଗାର୍ଡଙ୍କୁ ଛଡାଇ ଆଣିବା ପାଇଁ ମଙ୍କଳବାର ରାତିରେ ଏକ ସଫଳ ଅପରେସନ କରାଯାଇଥିଲା । ଭାରତ ପୂର୍ବରୁ ପାକିସ୍ତାନ ଉପରେ ପୁଲୱାମା ଆତଙ୍କବାଦୀ ଆକ୍ରମଣର ଜବାବ ଦେବା ପାଇଁ ପାକିସ୍ତାନ ଉପରେ ଏକ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା ।