ଜଗତସିଂହପୁର(ଏଟିଆର ବ୍ୟୁରୋ): ଉଦଘାଟିତ ହେଲା ଏକବିଂଶତମ ଜଗତସିଂହପୁର ପୁସ୍ତକ ମେଳା ୨୦୨୦ । ଆଜି ମହାମହିମ ରାଜ୍ୟପାଳ ଗଣେଶୀଲାଲ ପୁସ୍ତକ ମେଳାର ଶୁଭ ଉଦଘାଟନ କରିଛନ୍ତି । ଏଥିରେ ଅତିଥିଭାବେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂପୁର ସାଂସଦ ଡ. ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।
ଏହି ଅବସରରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପ୍ରମୁଖ ପ୍ରକାଶକ ଓ ବହି ବିକେତ୍ରା ମାନେ ଯୋଗ ଦେଇଛନ୍ତି । ପ୍ରତ୍ୟକ ଦିନ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହିତ ପ୍ରତ୍ୟକ ଦିନ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ନେଇ ପ୍ରତ୍ୟହ ସଂନ୍ଧ୍ୟାରେ ସାଧାରଣ ସଭା ଅନୁଷ୍ଠିତ ହେବ ।