ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଭୁବନେଶ୍ୱରରେ ଆଜିଠୁ ଲୋୟର ପିଏମଜିରେ ଅନଶନରେ ବସିବେ ଯାତ୍ରା କଳାକାର । ଯାତ୍ରା କଳାକାର ଓ କର୍ମଚାରୀ ସଂଘ ସମେତ ପଶ୍ଚିମ ଓଡିଶା ସମେତ ଓଡିଶା କଳାକାରେ ସଂଘ, ମ୍ୟୁଜିକ ୱେଲଫେୟାର ସଂଘ ,ଗଞ୍ଜାମ କଳାକାର ସଂଘ ଅନଶନ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।ସରକାର ୨୩ ତାରିଖ ସୁଦ୍ଧା ଦାବି ପୂରଣ ନ କଲେ ୨୪ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲାରେ କଳାକାରମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ପୂର୍ବରୁ ୫୦୦ ଶହ ଲୋକଙ୍କ ପାଇଁ ଅନୁମତି ମିଳିଥିଲା ।ତେଣୁ ଅତି କମରେ ୨ହଜାର ଦର୍ଶକଙ୍କୁ ନେଇ ଯାତ୍ରା କରିବା ପାଇଁ ଦାବି କରିଛନ୍ତି ଯାତ୍ରା ସଂଘ ।ଯାତ୍ରା କଳାକାର ଓ କର୍ମଚାରୀ ସଂଘର ସଭାପତି ଦୈତାରୀ ପଣ୍ଡା , ସମ୍ପାଦକ ଆରକେ ହୀରାଲାଲ,ସହ ସମ୍ପାଦକ ଗୋ÷ର ଦାସ ଏବଂ ଯାତ୍ରା ପରିଚାଳକ ସଂଘର ସଭାପତି ବଙ୍କିମ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।