ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଆମାଜନର ସିଇଓ ଜେଫ୍ ବୋଜୋସ୍ ସିିଇଓ ପଦରୁ ଇସ୍ତଫା ଦେଇଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ସେ ନିଜ ପଦରେ ରହିବେ ବୋଲି ଜଣାପଡିଛି । ଆମାଜନ କମ୍ପାନୀ ପକ୍ଷରୁ ନୂଆ ସିଇଓ ଭାବେ ନିଯୁକ୍ତି ନେଇଛନ୍ତି ଏଣ୍ଡି ଜେସିଙ୍କୁ ନିଯୁକ୍ତି ଦିଆଯାଇଛି ।
ସିଇଓ ପଦରୁ ଇସ୍ତଫା ଦେବା ପରେ ବେଜୋସ୍ କମ୍ପାନୀ ପକ୍ଷରୁ ବୋର୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ ରୂପେ ନିଯୁକ୍ତ ହେବେ ବୋଲି କୁହାଯାଇଛି । ପ୍ରଥମ ଥର ପାଇଁ କମ୍ପାନିର ତ୍ରୈମାସିକ ବିକ୍ରୟ ୧୦୦ ମିଲିୟନ୍ ଡଲାରରୁ ଅଧିକ ହୋଇଛି । ଅର୍ଥନୈତିକ ବିଶ୍ଳେଷଣକାରୀମାନେ ଆକଳନ କରିଛନ୍ତି ଆମାଜନର ଲାଭ ୧୧୯.୭ ବିଲିୟନ ଡଲାର ହୋଇପାରେ ।
୫୭ ବର୍ଷିୟ ବୋଜୋସ୍ ୨୭ ବର୍ଷ ତଳେ ଏକ ଇଣ୍ଡରନେଟ ପୁସ୍ତକ ଭାବେ କମ୍ପାନୀ ଆରମ୍ଭ କରି ‘ଆମାଜନ୍’ୱେବସାଇଟରେ କର୍ମଚାରୀମାନଙ୍କ ପ୍ରତି ପୋଷ୍ଟ୍ କରିଥିବା ଏକ ବିବୃତିରେ କହିଛନ୍ତି, କାର୍ୟ୍ୟନିର୍ବାହୀ ଅଧ୍ୟକ୍ଷଭାବେ ମୁଁ ‘ଆମାଜନ୍’ର ଉପକ୍ରମମାନଙ୍କରେ ବ୍ୟସ୍ତ ରହିବି। କିନ୍ତୁ, ‘ଡେ ଓ୍ଵାନ୍ ଫଣ୍ଡ୍’ ‘ଦି ବେଜୋସ୍ ଆର୍ଥ ଫଣ୍ଡ୍’, ‘ବ୍ଲୁ ଅରିଜିନ୍’, ‘ଦି ଓ୍ଵାସିଂଟନ୍ ପୋଷ୍ଟ୍’ ଓ ମୋର ଅନ୍ୟାନ୍ୟ ଆବେଗିକ ଆଗ୍ରହ ପ୍ରତି ଧ୍ୟାନ ଦେବା ଲାଗି ସମୟ ଓ ସାମର୍ଥ୍ୟ ଦେବି।
ନବନିଯୁକ୍ତି ସିଇଓ ଜେସି ସଂପ୍ରତି ଆମାଜନର ୱେବ୍ ସର୍ଭିସର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଆମାଜନ୍ର ପରବର୍ତ୍ତୀ ‘ସିଇଓ’ ହେବାକୁ ଯାଉଥିବା ଜେସି ଜଣେ ମାର୍କେଟିଙ୍ଗ୍ ମ୍ୟାନେଜର୍ ଭାବେ ୧୯୯୭ରେ ‘ଆମାଜନ୍’ରେ ଯୋଗ ଦେଇ ୨୦୦୩ରେ ‘ଆମାଜନ୍ ୱେବ ସର୍ଭିସ୍’ ଆରମ୍ଭ କରିଥିଲେ।