କଟକ(ଏଟିଆର ବ୍ୟୁରୋ):ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଏସ ମୁରଲୀଧର । ଜଷ୍ଟିସ ମୁରଲୀଧରଙ୍କ ନାଁ ସୁପାରିସ କରିଛି ସୁପ୍ରିମକୋର୍ଟ । ଆଇନ ମନ୍ତ୍ରାଳୟର ଅନୁମୋଦନ ପରେ ମୁରଲୀଧର ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିବେ ।
ଜଷ୍ଟିସ ମୁରଲୀଧର ବର୍ତ୍ତମାନ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ବିଚାରପତି ଅଛନ୍ତି । ଏହା ପୂର୍ବରୁ ସେ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଥିଲେ । ଦିଲ୍ଲୀ ହାଇକୋର୍ଟରେ ମୁରଲୀଧର ୨୦୦୬ ରେ ବିଚାରପତି ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା ।
୨୦୨୦ ରେ ଫେବୃଆରୀ ୧୨ ରେ ପ୍ରଧାନ ବିଚାରପତି ଏସ.ଏ.ବୋବଡେଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟଙ୍କ ମୁରଲୀଧରଙ୍କୁ ପଞ୍ଜାବ – ହରିୟାଣା ହାଇକୋର୍ଟକୁ ବଦଳି କରିବା ପାଇଁ ସୁପାରିସ କରିଥିଲେ । ଗତ ୨୭ ତାରିଖରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲୁ ତାଙ୍କୁ ଶପଥପାଠ କରାଇଥିଲେ ।