ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପୁଲୱାମା ଆତଙ୍କବାଦୀ ହମଲାରେ ଦେଶ ବୀର ଯବାନମାନେ ସହୀଦ ହୋଇ ଯାଇଛନ୍ତି । ଏହାପରଠାରୁ ପାକିସ୍ତାନ ବିରୋଧରେ ଜନସାଧାରଣଙ୍କ ରାଗ ବଢ଼ିଯାଇଛି । ସେପଟେ କିଏ ସହୀଦଙ୍କ ପରିବାରକୁ ସାହାର୍ଯ୍ୟର ହାତ ବଢ଼ାଉଛି ତ ଆଉ କିଏ କଳାମାଧ୍ୟମରେ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରୁଛି । ତେବେ ଏଥିରୁ ବାଦ ପଡିନି ଖଣ୍ଡଗିରି ରଙ୍ଗମଞ୍ଚ । ପ୍ରଥମେ ଜାତୀୟ ସଂଙ୍ଗୀତ ଗାନ କରାଯିବା ସହିତ ପରେ ସହୀଦଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଦେଶାତ୍ମକ ଗୀତମାନ ପରିବେଶଣ କରାଯାଉଛି । ଯାହାକୁ ଦେଖିବା ପରେ ଦର୍ଶକଙ୍କ ମନରେ ଦେଶପ୍ରେମ ଜାଗ୍ରତ ହେଉଛି । ଏବଂ ଆତଙ୍କି ହମଲାର ପ୍ରତିଶୋଧ ନେବା ପାଇଁ ନିଆଁ ଜଳି ଉଠୁଛି ।
ତେବେ ଗତକାଲି ଯାତ୍ରା ସଚ୍ଚିତାନନ୍ଦମରେ ଏଭଳି ଦେଶ ପ୍ରେମ ଗୀତ ପରିବେଶଣ କରି ଲୋକଙ୍କ ଫୁଲ ମନୋରଞ୍ଜନ କରାଯାଇଥିଲା । ନାଟକ ଆରମ୍ଭ ହେବା ପୂର୍ବରୁ ମେଲୋଡି କାର୍ଯ୍ୟକ୍ରମ ଦର୍ଶକଙ୍କ ମନକୁ ଛୁଇଁବାରେ ଲାଗିଛି । କାରଣ ଦେଶାତ୍ମକ ଗୀତ ସହିତ ପାର୍ଟି ପକ୍ଷରୁ ଚଳିତ ବର୍ଷ ଦୁଇଟି ବଡ ଭେଟି ରହିଛି ଦର୍ଶକଙ୍କ ପାଇଁ । ପାର୍ଟି ରସିଆନ ଡ୍ୟାନ୍ସର ଏବଂ ଛତିଶିଗଡି ଡ୍ୟାନ୍ସରଙ୍କୁ ଆଣି ମଞ୍ଚରେ ନଚଉଛି । ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ ଜମିବାରେ ଲାଗିଛି । ସବୁଠାରୁ ବଡ କଥା ହେଉଛି ଛତିଶଗଡି ଡ୍ୟାନ୍ସର ନାଚୁଥିବା ବେଳେ ଦୁଇଜଣ ବଡିଗାର୍ଡ ମଧ୍ୟ ଷ୍ଟେଜ ଉପରେ ଜଗି ରହୁଛନ୍ତି ।
ତେବେ କେବଳ ସଚ୍ଚିତାନନ୍ଦମ କାହିଁକି ଖଣ୍ଡଗିରି ଯାତ୍ରା ମହାସମରରେ ଭାଗ ନେଇଥିବା ସମସ୍ତ ପାର୍ଟି ଦେଶ ପ୍ରେମ ସଙ୍ଗୀତ ଏବଂ ନୃତ୍ୟ ପରିବେଶଣ କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ସଙ୍ଗୀତ କାନରେ ପଡିବା ମାତ୍ରେ ପାକିସ୍ତାନର ସେହିତ ଘୃଣ୍ୟ କାମ ପ୍ରତିଶୋଧର ନିଆଁ ଜଳିବାରେ ଲାଗୁଛି । ସବୁ ପାର୍ଟି ନିଜ ନିଜ ଢ଼ଙ୍ଗରେ ଏହି ଦେଶାତ୍ମକ ଡ୍ୟାନ୍ସକୁ ଉପସ୍ଥାପନା କରୁଛନ୍ତି । ଯାହାକି ଏବେ ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ।