ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ମହାମାରୀ ବୃଦ୍ଧି ପାଇବା ନେଇ ଦେଶରେ କରୋନା ସ୍ଥିତି ଜଟିଳ ହୋଇପଡିଛି । କରୋନା ବୃଦ୍ଧି ପାଉଥିବା କାରଣରୁ ସରକାରଙ୍କ ଚିନ୍ତା ମଧ୍ୟ ବଢି ବାରେ ଲାଗିଛି ।ଏହି କ୍ରମରେ ଆଜିଠୁ କୋଣାର୍କ ମନ୍ଦିର ବନ୍ଦ ରଖାଯାଇଛି ।
କରୋନା ସଂକ୍ରମଣକୁ ବୃଦ୍ଧି ପାଉଥିବାରୁ ଏପ୍ରିଲ ୧୫ଠାରୁ ମେ ୧୫ ତାରିଖ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶନାମା ନଆସିବା ପର୍ଯ୍ୟନ୍ତ କୋଣାର୍କ ମନ୍ଦିର ବନ୍ଦ ରହିବ । ଏନେଇ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ସୂଚନା ଦେଇଛନ୍ତି । ରାଜ୍ୟରେ ଏଏସଆଇ ନିୟନ୍ତ୍ରଣରେ ଥିବା କୋଣାର୍କ ମନ୍ଦିର,ଖଣ୍ଡଗିିରି,ରାଜାରାଣୀ ମନ୍ଦିର ଆଜିଠାରୁ ମେ ୧୫ ଯାଏଁ ବନ୍ଦ ରହିବ ।
ରାଜ୍ୟରେ ବଢୁଥିବା କୋଭିଡ ସଂକ୍ରମଣ ମାମଲାକୁ ନେଇ ସରକାର କଡା ପଦକ୍ଷେପ ନେଇଛନ୍ତି । ଓଡିଶାର ୧୦ ଟି ଜିଲ୍ଲାରେ ସରକାର ନାଇଟ କର୍ଫ୍ୟୁ ଜାରି କରିଛନ୍ତି । ଶନିବାରଠାରୁ ପଶ୍ଚିମ ଓଡିଶାରେ ୧୦ ଟି ଜିଲ୍ଲାରେ ସନ୍ଧ୍ୟା ୬ ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହେବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।