କୋଣାର୍କ ( ଏଟିଆର ବ୍ୟୁରୋ): ଆଜି ଦୀଗଁ ୫ ମାସ ପରେ ପୁଣି ଥରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପର୍ଯ୍ୟଟକଙ୍କ ପାଇଁ ଖୋଲିଛିି । ଆଜି ସୂର୍ଯ୍ୟ ମନ୍ଦିର ସକାଳ ୮ ଟାରେ ଖୋଲିଛି । କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ଅନୁସାରେ ସୂର୍ଯ୍ୟ ମନ୍ଦିର ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ପର୍ଯ୍ୟଟକ ମାନେ କୋଭିଡ ଗାଇଡ ଲାଇନ ପାଳନ ପୂର୍ବକ ବୁଲାବୁଲି କରି ପାରିବେ ।
ସକାଳ ୮ ଟାରୁ ଅପରାହ୍ନ ୧ ଟା ଏବଂ ୧ ଟାରୁ ପରେ ମଧ୍ୟ ଆଉ ଗୋଟେ ଫେଜ ଖୋଲା ରହିବ । ସର୍ବମୋଟ ଦିନକୁ ୨୫୦୦ ଲୋକ ସୂର୍ଯ୍ୟ ମନ୍ଦିରରେ ପ୍ରବେଶ କରି ପାରିବେ । ଏଥିପାଇଁ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇଛି । ମାସ୍କ ଓ ସାନିଟାଇଜର ଓ ସାମାଜିକ ଦୂରତା ବଜାୟ ରଖିବାକୁ ବାଧ୍ୟତା ମୂଳକ କରାଯାଇଛି । ୧୦୦ ରୁ ଅଧିକ ଲୋକଙ୍କୁ ମନ୍ଦିର ଭିତରକୁ ଯିବାକୁ ମନୁମତି ମିଳିବ ନାହିଁ ।