ଏଟିଆର ବ୍ୟିୁରୋ: ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ସମୀକ୍ଷା ବୈଠକ କରିବେ । ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅପରାହ୍ନ ୫ଟାରେ ହେବାକୁ ଥିବା ବୈଠକରେ ଜିଲ୍ଲା ଓ ପୋଲିସ ପ୍ରଶାସନ ସମେତ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଉପସ୍ଥିତ ରହିବେ ।
ସୂଚନଯୋଗ୍ୟ, ଛୁଟି ପାଇଁ ଶ୍ରୀକ୍ଷେତ୍ର ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ଯାହାଫଳରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ସମେତ ଟ୍ରାଫିକ ବ୍ୟବସ୍ଥା ଉପୁଜିଥିଲା । ଏହାସହିତ ଶ୍ରୀମନ୍ଦିର ଭିତରେ ପ୍ରବଳ ଭିଡ ପରିଲିକ୍ଷିତ ହୋଇଥିଲା । ଭିତର ଦର୍ଶନ କିପରି ଶୃଙ୍ଖଳିତ ଭାବେ ହେବ ସେନେଇ ଆଇନ ମନ୍ତ୍ରୀ ସମୀକ୍ଷା କରିବେ ।