ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଝିଅ ମାନେ ସାଧାରଣତ ଖାଦ୍ୟ ପ୍ର୍ରିୟ ହୋଇଥାନ୍ତି । କିଛି ଝିଅ ଅଛନ୍ତି କାହାକୁ ଖଟା-ମିଠା ଖାଇବାକୁ ଭଲ ଲାଗିଥାଏ ତ ଆଉ କାହାକୁ ଚଟପଟି ଖାଇବାକୁ ପସନ୍ଦ । ତେବେ ଆପଣ ଜାଣିଛନ୍ତି ଝିଅ ମାନଙ୍କ ଖାଇବା ପସନ୍ଦରୁ ଆପଣ ଜାଣିପାରିବେ ସେମାନଙ୍କ ଲଭ ଲାଇଫ ବିଷୟରେ । ତେବେ ଏବେ ଆମେ ଆପଣଙ୍କୁ ଜଣାଇବୁ କେମିତି ଆପଣ ଝିଅ ମାନଙ୍କ ଖାଦ୍ୟରୁ ସେମାନଙ୍କ ପ୍ରେମ ଜୀବନ ବିଷୟରେ ଜାଣିବେ ।
ଆଇସକ୍ରିମ- ଆଇସକ୍ରିମ ଗୋଟେ ଏମିତି ଜିନିଷ ଯାହା ପିଲାଠାରୁ ବୁଦ୍ଧ ସମସ୍ତଙ୍କର ପସନ୍ଦ ହୋଇଥାଏ । ଖାସ କରି ଝିଅ ମାନଙ୍କର ତ ଏହା ବେଶି ପସନ୍ଦର ଖାଦ୍ୟ । ଅଧିକାଂଶ ଝିଅ ମାନଙ୍କୁ ଚକଲେଟ ଏବଂ ଷ୍ଟ୍ରବେରି ଫ୍ଲେବର ବେଶି ପସନ୍ଦ ଆସିଥାଏ । ତେବେ ଯେଉଁ ଝିଅ ମାନଙ୍କୁ ଏମିତି ଫ୍ଲେବର ପସନ୍ଦ ତ ସେମାନେ ସାଧାରଣତ ସରଳ ଏବଂ ରୋମାଣ୍ଟିକ ସ୍ୱଭାବର ହୋଇଥାନ୍ତି ।
କଫି- ସେହିଭଳି କଫି ପିଇବାକୁ ଭଲ ପାଉଥିବା ଝିଅ ମାନେ ବେଶି ରୋମାଣ୍ଟିକ ହୋଇଥାନ୍ତି । ଏମାନେ ଅନ୍ୟମାନଙ୍କ ଅପେକ୍ଷା ବେଶି ଆତ୍ମନିର୍ଭରଶୀଳ ହୋଇଥାନ୍ତି । ସେହିଭଳି ଏମାନେ ଖର୍ଚ୍ଚି ହୋଇଥାନ୍ତି । ମନର ମଣିଷ ପାଇଁ ବହୁତ ଯତ୍ନବାନ ହୋଇଥାନ୍ତି ।
ଚକୋଲେଟ- ଚକୋଲେଟ ପସନ୍ଦ କରୁଥିବା ଝିଅ ସାଧାରଣତ ସାଧାସିଧା ହୋଇଥାନ୍ତି । ଏମାନେ ମଧ୍ୟ ନିଜ ପ୍ରେମିକ ପାଇଁ ବହୁତ ଯତ୍ନବାନ ହୋଇଥାନ୍ତି ।
ମିଠା- ମିଠାକୁ ପସନ୍ଦ କରୁଥିବା ଝିଅ ମାନେ ବେଶି ରାଗିଥାନ୍ତି । ଟିକେଟିକେ କଥାରେ ଏମାନେ ଅଧିକ ରାଗିଥାନ୍ତି । ଏମାନେ ସବୁବେଳେ ଜୀବନ ସାଥୀଙ୍କ ପାଖେପାଖେ ରହିବାକୁ ପସନ୍ଦ କରନ୍ତି । ସେହିଭଳି ଗୁପଚୁପକୁ ପସନ୍ଦ କରୁଥିବା ଝିଅମାନେ ନିଜ ପ୍ରେମ ଜୀବନକୁ ସବୁବେଳେ ରୋମାଣ୍ଟିକ କରିଦିଅନ୍ତି । ସେମାନଙ୍କ କଥା ବର୍ତ୍ତା ମଧୁର ହୋଇଥାଏ । ପ୍ରେମିକଙ୍କ ସହିତ କଥା ହେଲା ବେଳେ ପ୍ରତ୍ୟେକ କଥାରେ ପ୍ରେମ ଭରି ରହିଥାଏ ।