ଭୁୁବନେଶ୍ୱର,(ଏଟିଆରବ୍ୟୁରୋ): ଡେରି ରେ ହେଉ ପଛେ ଶେଷରେ ଚେତା ପଶିଲା । ଜାରି ହେଲା ନିର୍ଦ୍ଦେଶ । ସେ ଶିକ୍ଷକ ହୁଅନ୍ତୁ ଅବା ଛାତ୍ରଛାତ୍ରୀ, କେହି ସ୍କୁଲ ପରିସରରେ ମୋବାଇଲ ଧରି ପାରିବେ ନାହିିଁ । ଏହି ନିର୍ଦ୍ଦେଶ ଦେଇଛି ପ୍ରାଥମିକ ନିର୍ଦ୍ଦେଶାଳୟ ।
ଶିକ୍ଷାନୁଷ୍ଠାନରେ ଅଶ୍ଳୀଳ ଭିଡ଼ି ଭାଇରାଲ ପରେ ଏହି ପଦକ୍ଷେପ ନିଆଯାଇଛି । ଏବେ ଗୋଟିଏ ପରେ ଗୋଟିଏ ଭାଇରାଲ ଭିଡ଼ିଓ ପଦାକୁ ଆସୁଛି । ନିକଟରେ ସ୍କୁଲ ୟୁନିଫର୍ମରେ ଭିଡ଼ିଓ ଭାଇରାଲ ହେବା ଘଟଣା ଏଟିଆର ନ୍ୟୁଜ ସାମ୍ନାକୁ ଆଣିଥିଲା । କେଉଁଠି ସ୍କୁଲ ୟୁନିଫର୍ମ ପିନ୍ଧି ଛାତ୍ରଛାତ୍ରୀ ଭିଡ଼ିଓ ଭାଇରାଲ କଲେଣି ତ’ ଆଉ କେଉଁଠି ପାଠ ପଢ଼ାଇବା ବାହାନାରେ ମାଷ୍ଟର ଛାତ୍ରୀଙ୍କୁ ଧରି ଫଟୋ ଭାଇରାଲ ହେଲାଣି ।
ଏସବୁ ଘଟଣାକୁ ଯେତିକି ନିନ୍ଦା ଶୁଣିବାକୁ ମିଳୁନି ତାଠୁ ଢ଼େର ବଦନାମ ହେଉଛନ୍ତି ଅଭିଭାବକ । ସ୍କୁଲର ଚରିତ୍ରକୁ ତ’ ନେଇ ଲୋକେ ରାସ୍ତାରେ ଫୁଟବଲ ଭଳି ଖେଳୁଛନ୍ତି । ସିଧା କହିବାକୁ ଗଲେ ଏସବୁ ଘଟଣା ଲାଗି ପାଠ ପଢ଼ାରେ ବ୍ୟାଘାତ ଉପୁଜିବା ସହ ପରିବେଶ କଳୁଷିତ ହେଉଛି । ଏନେଇ ମୋବାଇଲ ବନ୍ଦ କରିବାକୁ ପ୍ରାଥମିକ ନିର୍ଦ୍ଦେଶାଳୟ ଏହି ନିୟମ ଜାରି କରିଛି । ଏବେ ଅପେକ୍ଷା ଏହି ନିମୟ କେତେଦୂର କାର୍ଯ୍ୟକାରୀ ହେଉଛି ।