ଭୁବନେଶ୍ୱର (ଏଟିଆର ବ୍ୟୁରୋ): ୨୪ ଘଣ୍ଟା ଚକ୍କର କାଟୁଛି ପିସିଆର ଭ୍ୟାନ୍ । ସିସିଟିଭି ବଳୟରେ ପୂରା ସହର । ଏଭଳି କହି ବାହାସ୍ଫଟ ମାରୁଥିବା କମିଶନରେଟ୍ ପୋଲିସର ବାସ୍ତବତା ଏବେ ସାମ୍ନାକୁ ଆସିଛି । ବିଚ୍ ରାସ୍ତାରେ ପୋଲିସକୁ ଚକମା ଦେଇ ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଆଜ୍ଞା ହଁ କଟକ ରାଜନଗର ଅଞ୍ଚଳରେ ଥିବା ଏକ ସୁନା ଦୋକାନ କାନ୍ଥ ଭାଙ୍ଗି ଲୁଟି ନେଇଛନ୍ତି ଦୁର୍ବୃତ୍ତ ।
ଗତକାଲି ରାତିରେ ରାଜନଗର ବଜାର ଉପରେ ଥିବା ସୁନା ଦୋକାନର ମାଲିକ ତାଙ୍କ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । କିନ୍ତୁ କିଛି ଦୁର୍ବୃତ୍ତ ତାଙ୍କ ଦୋକାନ ଉପରେ ନଜର ରଖି ଶୀତୁଆ ଅନ୍ଧାରର ଫାଇଦା ଉଠାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଆଦି ଲୁଟି ନେଇଛନ୍ତି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।