ଗଞ୍ଜାମ(ଏଟିଆର ବ୍ୟୁରୋ): ଗଞ୍ଜାମ ଜିଲ୍ଲାରେ ଲକଡାଉନ କଟକଣାକୁ କଡାକଡି କରାଯାଇଛି । ଆଜିଠୁ ୩୦ ତାରିଖ ପର୍ଯ୍ୟନ୍ତ ପୂରା ଜିଲ୍ଲାକୁ ଲକ ଡାଉନ୍ ଘୋଷଣା କରାଯାଇଛି । ଏନେଇ ଆଜି ସାମ୍ବାଦିକ ସମ୍ମୀଳନିରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ ଆଜିଠୁ ସକାଳ ୭ଟାରୁ ୧୨ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ । ଦିନ ୧୨ଟା ପରେ କେହି ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଏହା ସହ ରାଜ୍ୟ ସରକାର ଘୋଷଣା କରିଥିବା ସାପ୍ତାହିକ ଦୁଇ ଦିନ ଶନିବାର/ରବିବାର ଶଟ୍ ଡାଉନ୍ ଜାରି ରହିବ । ଏହା ସହ ରାତ୍ର କର୍ଫ୍ୟୁ ଜାରି ରହିବ ।
ସେହିଭଳି ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ବସ, କାର ଓ ଅଟୋ ଚଳାଚଳ ବନ୍ଦ ହୋଇରହିବ । ତେବେ ଗଞ୍ଜା ଜିଲ୍ଲାରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି । ଆଜି ସକାଳୁ ଗଞ୍ଜାମ ଜିଲ୍ଲାରେ ୪ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଜରଙ୍କର ମୃତ୍ୟୁ ହୋଇଛି । ତେବେ ଗଞ୍ଜାମରେ କରୋନା ଜନୀତ ମୋଟ ମୃତ୍ୟୁ ସଂଖ୍ୟା ୬ କୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୯୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୫୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩୦୧ଟି ସକ୍ରିୟ କେସ୍ ରହିଛି ।