ବରଗଡ ( ଏଟିଆର ବ୍ୟୁରୋ): କଥାରେ ଅଛି ମା ଗାଳି ଦାଣ୍ଡ ଧୂଳି । ସାଧାରଣତ ଆମେ ଭୁଲ କଲେ ଆମ ମା ଆମକୁ ପାଟି କରିଥାନ୍ତି । ଆମକୁ ମାଡ ମାରିଥାନ୍ତି । ପୁଣି ଆମକୁ କୋଳେଇ ନେଇ ବୁଝାଇ ଥାନ୍ତି । ହେଲେ କେହି କଣ କେବେ ମା ଗାଳିକୁ ଅଭିମାନ କରି ଆତ୍ମହତ୍ୟା କରିପାରେ । ହେଲେ ବରଗଡ ଜିଲ୍ଲା ଆମ୍ଭାଭୋନା ରେ ଜଣେ ପୁଅ ନିଜ ମାର ଗାଳିକୁ ସହିନପାରି ଆତ୍ମହତ୍ୟା କରିଛି । ସୂଚନା ଅନୁସାରେ ଆମ୍ଭାଭୋନ ଗାଁର ରାକେଶ ବେହେରା ଏବଂ ତାଙ୍କ ମା ପୂଜା ବେହେରା ମାମୁଁ ଘରେ ରହୁଥିଲେ ।
ଗତକାଲି କୌଣସି କାରଣ ନେଇ ଉଭୟ ମା ପୁଅଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ମା ପୁଅକୁ ଗାଳି କରିଥିଲେ । ଯାହା ଫଳରେ ରାକେଶ ରାଗି ଯାଇ ନିଜ ପାଖରେ ଥିବା ବନ୍ଧୁକରେ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିଲେ ।
ଏନେଇ ପୁଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଗୋଟିଏ ଜୀବନ୍ତ ଗୁଳି ଜବତ କରିଛି । ଘଟଣା ସ୍ଥଳରୁ ବନ୍ଧୁକ ଟି ମିଳି ପାରି ନାହିଁ । ଘଟଣାକୁ ନେଇ ରାକେଶଙ୍କ ମା ଥାନାରେ ଅଭିଯୋଗ କରିଛନ୍ତି ଗତ କାଲି ରାତିରେ ତାଙ୍କ ପୁଅ ରାକେଶ ତାଙ୍କ ସାଙ୍ଗ ସହିତ ଘରକୁ ଆସିଥିଲେ । ଖରାପ କାମ କରିଥିବାରୁ ସେ ତାଙ୍କୁ ପାଟି କରିଥିଲେ । ହଠାତ ରାଗି ଯିବାରୁ ସେ ନିଜେ ନିଜେ ମୁଣ୍ଡକୁ ଗୁଳି କରି ଆତ୍ମ ହତ୍ୟା କରିଛନ୍ତି ବୋଲି ।