ନୟାଗଡ ( ଏଟିଆର ବ୍ୟୁରୋ): ଖୋଦ ବନବିଭାଗ ଅଧିକାରୀଙ୍କ ଅଫିସରୁ ବନ୍ଧୁକ ଲୁଟ । ଲୁଟ କଲେ ମାଓବାଦୀ । ବନ୍ଧୁକ ନେଲେ ଫୋନ ନେଲେ ଅଫିସ ବି ଭାଙ୍ଗିଲେ । ଏମତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ନୟାଗଡ ଦଶପଲ୍ଲା ଥାନା ଅଧିନରେ ଥିବା ବନବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟରେ । ଗତକାଲି ରାତି ରାତି ସାଢେ ୯ ଟାରେ ଶସସ୍ତ୍ର ମାଓବାଦୀ ବନବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟରେ ପଶିଥିଲେ ସେଠାରେ ବନ୍ଧୁକ ଦେଖାଇ ଅଧିକାରୀଙ୍କ ଠାରୁ ଅଫିସରେ ଥିବା ୩ ଟି ବନ୍ଧୁକ ସମେତ ୭ ଟି ମୋବାଇଲ ଫୋନକୁ ନେଇଯାଇଛନ୍ତି ।
ଅସ୍ତ୍ରସସ୍ତ୍ର ନେବା ସହିତ ଅଫିସରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ତେବେ ଏନେଇ ଥାନାରେ ଏତଲା ହୋଇଛି । ଯାହା ବତ୍ତମାନ ଆଖପାଖ ଅଞ୍ଚଳରେ ଏକ ଭୟାବହ ବାତାବରଣ ସୃଷ୍ଟି କରିଛି । ପ୍ରାଥମିକ ତଦନ୍ତରୁ ଏହା ସିପିଆଇ ମାଓବାଦୀଙ୍କ କାରାନାମା ବୋଲି ସନ୍ଦେହ କରାଯାଉଛି । ଏନେଇ ବନବିଭାଗ ଅଧିକାରୀଙ୍କ ପକ୍ଷରୁ ଦଶପଲ୍ଲା ଥାନାରେ ଏତଲା ଦିଆଯାଇଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅତୀତରେ ମଧ୍ୟ ନୟାଗଡ ଦଶପଲ୍ଲା ଥାନା ଓ ପୁଲିସ ଟ୍ରେନିଂ ସ୍କୁଲରୁ ମାଓବାଦୀ ମାନେ ଅସ୍ତ୍ରସସ୍ତ୍ର ଲୁଟିଥିଲେ ।