ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ଖାତା ଦେଖା । ସାମାଜିକ ଦୂରତା ବଜାଇ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସାନିଟାଇଜର ବ୍ୟବହାର କରିବା ପାଇଁ କୁହାଯାଇଛି । ଥର୍ମାଲ ସ୍କ୍ରିନିଂ ପରେ ଶିକ୍ଷକ ମାନଙ୍କୁ ମୂଲ୍ୟ।।ୟନ କେନ୍ଦ୍ରକୁ ଛଡା ଯାଇଛି । ଏହା ସହ କୋଭିଡ୍-୧୯ ଗାଇଡଲାଇନ୍ କୁ ପାଳନ କରି ଖାତାଦେଖା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ହେଉଛି ଖାତା ଦେଖା । ସେହିପରି ଗ୍ରୀଷ୍ମ ପ୍ରବାହ କାରଣରୁ ମୂଲ୍ୟାୟନ ଦିନ ୧୦ଟାରୁ ୩ଟା ପର୍ୟ୍ୟନ୍ତ ଚାଲିବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟ ଚଳିତ ବର୍ଷ ପ୍ରାୟ ସାଢେ ୫ ଲକ୍ଷ ଛାତ୍ରାଛାତ୍ରୀ ମାଟ୍ରିକ ପରିକ୍ଷା ଦେଇଛନ୍ତି । ତେବେ ମାଟ୍ରିକ ପରୀକ୍ଷା ସରିବା ପରେ ମାତ୍ର ଗୋଟିଏ ଦିନ ଖାତା ଦେଖା ହୋଇଥିଲା । ଏହା ପରେ କରୋନା ମହାମାରୀ ବ୍ୟାପିବା କାରଣରୁ ଏହାକୁ ବନ୍ଦ କରାଯାଇଥିଲା । ପରେ ଗତ ୨୦ ତାରିଖରୁ ଖାତା ଦେଖା ଆରମ୍ଭ ହେବ ବୋଲି ନିଷ୍ପତି ହୋଇଥିଲା । ହେଲେ ବାତ୍ୟା ଅମ୍ପାନ ଯୋଗୁ ଏହାକୁ ୨୧ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ତେବେ କିଛି ଅଞ୍ଚଳ ବାତ୍ୟା ପ୍ରଭାବିତ ହୋଇଥିବାରୁ, ଏହାକୁ ସ୍ଥଗିତ ରଖାଯାଇଥିଲା । ଶେଷରେ ମେ ୨୬ ତାରିଖରୁ ଖାତା ଦେଖା ପାଇଁ ସ୍ଥିର ହୋଇଛି ।ନ ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ଫଳାଫଳ ବାହାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।