ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତବର୍ଷର ମାଟ୍ରିକ ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି । ଏଥିପାଇଁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ମାତୃଭାଷା ଓଡିଆରେ ପରୀକ୍ଷା ଦେବେ । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ସାଢେ ୧୨ଟା ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ । ତେବେ ପରୀକ୍ଷା କେନ୍ଦ୍ରର ଗେଟ ୯ଟା ୨୦ରେ ଖୋଲାଯାଇ ସେମାନଙ୍କୁ ପରୀକ୍ଷା କେନ୍ଦ୍ର ମଧ୍ୟ ଛଡାଯିବ । ସେହିପରି ସକାଳ ୮ଟା ମଧ୍ୟରେ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ର ଗୁଡିକୁ ପ୍ରଶ୍ନପତ୍ର ପଠାଯିବ ।
ଏଥରର ପରୀକ୍ଷାକୁ ସ୍ୱଚ୍ଚ ଓ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ବୋର୍ଡ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି । ପ୍ରଶ୍ନପତ୍ର ଲିକକୁ ରୋକିବା ପାଇଁ ଏଥରକ ତିନି ସ୍ତରରେ ସିଲ ଉଭୟ ପଶ୍ନପତ୍ର ଓ ଉତ୍ତର ଖାତା । ସେଣ୍ଟର ସୁପରିଣ୍ଡେଣ୍ଟ ଗୋଟିଏ କଭର ଖୋଲିବା ପରେ ପରୀକ୍ଷା ହଲରେ ପ୍ୟାକେଟର ଦ୍ୱିତୀୟ କଭରକୁ ଖୋଲିବେ ଇନଭିଜଲେଟର ଓ ଏଥିରେ ରହିବ ଦଉି ପରୀକ୍ଷାର୍ଥୀଙ୍କର ଦସ୍ତଖତ । ଏହାପରେ ପରୀକ୍ଷାର୍ଥୀଙ୍କୁ ସିଲ ଅବସ୍ଥାରେ ହିଁ ଉଭୟ ପଶ୍ନ ଓ ଉତ୍ତର ପତ୍ର ମିଳିବ । ପରୀକ୍ଷାର୍ଥୀମାନଙ୍କୁ ସଂକ୍ଷିପ୍ତ ଉତ୍ତର ନିମନ୍ତେ ପରୀକ୍ଷାର ପ୍ରଥମ ଏକ ଘଣ୍ଟା ପ୍ରଦାନ କରାଯିବ ।ଏହାପରେ ଏହାକୁ ସିଲ କରିଦିଆଯିବ ଓ ଦିନ ୧୧ଟାରୁ ଦୀର୍ଘମୂଳକ ଉତ୍ତର ପ୍ରଦାନ ପାଇଁ ପ୍ରଶ୍ନ ଦିଆଯାଇ ଏହାର ସିଲ ଖୋଲାଯିବ । ଏହି ପରୀକ୍ଷା ସାଢେ ବାରେଟା ପର୍ଯ୍ୟନ୍ତ ଚାଲିବ ।
ଚଳିତ ବର୍ଷ ମୋଟ ୫ଲକ୍ଷ ୬୦ହଜାର ୯୦୫ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ପରୀକ୍ଷାର୍ଥୀଙ୍କ ପାଇଁ ୨ହଜାର ୮ଶହ ୮୮ଟି ପରୀକ୍ଷା କେନ୍ଦ୍ର ପରୀକ୍ଷା ଦେବେ ।ଏହାସହ ପ୍ରଶ୍ନପତ୍ର ସୁରକ୍ଷିତ ରଖିବା ପାଇଁ ୩୦୭ଟି ନୋଡାଲ ସେଣ୍ଟର କରାଯାଇଛି । ପରୀକ୍ଷା ସମୟରେ କପି ରୋକିବା ପାଇଁ ସିସିଟିଭି ଲାଗାଯିବା ସହ ଜିଲ୍ଲାସ୍ତରରେ ୬୯ଟି ଫ୍ଲାଇଂ ସ୍କ୍ୱାର୍ଡ ଓ ପରିଷଦସ୍ତରରେ ୪୪ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି । ପରୀକ୍ଷା ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ପରୀକ୍ଷାର୍ଥୀମାନଙ୍କୁ ଚାପମୁକ୍ତ ହୋଇ ପରୀକ୍ଷା ଦେବା ପାଇଁ ପରାମର୍ଶ ଦେବା ସହ ଆଗକୁ ଜୀବନରେ ଏପରି ଅନେକ ପରୀକ୍ଷା ଦେବାକୁ ପଡିବ ତେଣୁ ଚାପମୁକ୍ତ ହୋଇ ପରୀକ୍ଷା ଦେବା ପାଇଁ କହିଛନ୍ତି । ଏହାଛଡା ମାର୍ଚ୍ଚ ୧୮ରୁ ୧୦ ଏପ୍ରିଲ ମଧ୍ୟରେ ଉତ୍ତର ଖାତା ମୂଲ୍ୟାୟନ ହେବ ବୋଲି ଗଣଶିକ୍ଷା ବିଭାଗ ତରଫରୁ ସୂଚନା ମିଳିଛି ।