ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ମାଟ୍ରିକ ରେଜଲ୍ଟ କେବେ ବାହାରିବ ତାକୁ ନେଇ ଲାଗି ରହିଥିବା ଆଶଙ୍କାରେ ଏବେ ପଡିଛି ପୂର୍ଣ୍ଣଛେଦ । ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିିଛି । ଶେଷରେ ଜୁଲାଇ ୨୯ ରେ ମାଟ୍ରିକ ଫଳ ପ୍ରକାଶ ପାଇବ ବୋଲି ଘୋଷଣା ହୋଇଛି ।
ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାସ । ଶ୍ରୀ ଦାସ ସୂଚନା ଦେଇ କହିଛନ୍ତି ରେଜଲ୍ଟ ୨ ଟି ବୋର୍ଡ ୱେବ ସାଇଟରେ ପ୍ରକାଶ ପାଇବ । ଛାତ୍ରଛାତ୍ରୀ ମାନେ ଏସଏମଏସ ମାଧ୍ୟମରେ ମଧ୍ୟ ରେଜଲ୍ଟ ଦେଖି ପାରିବେ ।
ସୂଚନାଯୋଗ୍ୟ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚଳିତ ବର୍ଷ ମାଟ୍ରିକ ଖାତା ମୂଲ୍ୟାୟନରେ ବିଳମ୍ବ ହୋଇଥିଲା । ସୂଚନାଯୋଗ୍ୟ ଚଳିତ ବର୍ଷ ୫ ଲକ୍ଷ ୬୦ ହଜାର ପରିକ୍ଷାର୍ଥୀ ୨୮, ୮୮ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ।