ମୟୁରଭଞ୍ଜ ( ରାଜଗୁପ୍ତା): ମୟୁରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ହାତୀ ଆକ୍ରାନ୍ତ ବଢିବାରେ ଲାଗିିଛି । ହାତୀପଲ ଏବେ ଜଙ୍ଗଲ ଛାଡି ଗାଁ ମୁହାଁ ହୋଇଛନ୍ତି । ଗତ ୪ ଦିନ ତଳେ ମଧ୍ୟ ହାତୀପଲ କରଞ୍ଜିଆ ରରୁଆଁ ଅଞ୍ଚଳରେ ପଶି ଉତ୍ପାତ କରିଥିଲେ । ଏବେ ପୁଣି ୪ ଦିନର ବ୍ୟବଧାନ ପରେ ପୁଣି କରଞ୍ଜିଆ ବନଖଣ୍ଡର ରରୁଆଁ ଅଞ୍ଚଳ କୁ ପୁଣି ଆସିଲେ ୧୭ ଟିକିଆ ଝାରଖଣ୍ଡି ହାତୀ ପଲ ।
ଗତକାଲି ବିଳମ୍ବିତ ରାତିରେ ରରୁଆଁ ବ୍ଲକ ମେଣ୍ଢାମୁଣ୍ଡି ଗ୍ରାମରେ ପଶି ଘର ଭାଙ୍ଗିବା ସହିତ ଗଛିତ ଧାନ, ଚାଉଳ ଖାଇବା ସହିତ ଘର ମଧ୍ୟ୍ୟ ଭାଙ୍ଗିଛନ୍ତି । ସେହିପରି ଖୁଣ୍ଟା ପଡା ଗ୍ରାମରେ ମଧ୍ୟ ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇବା ସମେତ ନଷ୍ଟ କରିଛନ୍ତି । ବନ ବିଭାଗ ପକ୍ଷରୁ ହାତୀ ମାନଙ୍କୁ ଘଉଡ଼ାଇବା ଉଦ୍ୟମ କରିଥିଲେ ମଧ୍ୟ ହାତୀ ପଲ ଭାଗ ଭାଗ ହେବା ଫଳରେ ହାତୀ ପଲଙ୍କୁ ଘଉଡ଼ାଇ ବାରେ ସମସ୍ୟା ହେଉଥିବା ରେଞ୍ଜର ପ୍ରକାଶ କରିଛନ୍ତି । ତେବେ ପ୍ରଶାସନ ହାତୀ ପଲଙ୍କ ଗତିବିଧି ଉପରେ ନଜର ରଖିଥିବା ସୂଚନା