ଭୁବନେଶ୍ୱର(ଏଟିଆର ବ୍ୟୁରୋ): କଟକ ଭୁବନେଶ୍ୱର ମଧ୍ୟରେ ମେଟ୍ରୋ ଟେହାନ ଚାଲିବା ପାଇର୍ କୈଣେସି ପ୍ରକାର ପ୍ରସ୍ତାବ ନାହିଁ ଏବଂ ଏହା ପାଇଁ କୈାଣସି ପ୍ରକାର ଅର୍ଥ କମ୍ପାନୀକୁ ଦିଅଯାଉ ନାହିଁ ବୋଲି ଉନ୍ନୟନ ମନ୍ତ୍ରୀ ପ୍ରତାନ ଜେନା କହିଛନ୍ତି ।ଏନେଇ ବିଧାନ ସଭାରେ ସୁର ରାଉତଙ୍କ ପ୍ରଶ୍ନରେ ଉତ୍ତର ରଖି ପ୍ରତାପ ଜେନା କହିଛନ୍ତି ।
ଭୁବନେଶ୍ୱର-କଟକ ଭିତରେ ମେଟ୍ରୋ ଟ୍ରେନ ଚାଲିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏକ ସର୍ଭେ କରାଯାଇଥିଲା । ଏଥିଲାଗି ଟେଣ୍ଡର ହୋଇଥିଲା। ଏଥିରେ ୫ଟି କମ୍ପାନି ଭାଗ ୨୦୪୧ ମସିହା ପର୍ୟ୍ୟନ୍ତ ଟୁଇନ ସିଟିରେ ମେଟ୍ରୋ ରେଳ ଗଡ଼ିବା ଅସମ୍ଭବ ।ସର୍ଭେ ଅନୁସାରେ ଫିଜିବିଲିଟି ନଥିବାରୁ ଏହା ଆଗକୁ ବଢିପାରୁ ନାହିଁ ।
ଏହି ସର୍ଭେ ପାଇଁ କେନ୍ଦ୍ର ସରକାର ୧୨ ଲକ୍ଷ ୬୧ ହଜାର ଟଙ୍କା ଦେଇଥିବା ବେଳେ କମ୍ପାନିକୁ ରାଜ୍ୟ ସରକାର ୫୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ପୁଣି ଥରେ ସର୍ଭେ କରିବା ପାଇଁ କେନ୍ଦ୍ର ପାଖରେ ଦାବି କରିବୁ ବୋଲି ମନ୍ତ୍ରୀ କହିଛନ୍ତି ।