ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ୧୩ରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ ଆଗତ କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦର ବୈଠକ ବସିବ । ଏଥିରେ ଅତିରିକ୍ତ ବଜେଟ ବ୍ୟୟ ବରାଦକୁ ମନ୍ତ୍ରୀ ପରିଷଦର ମଞ୍ଜୁରୀ ମିଳିବ ।
ଗୋଟିଏ ପଟେ ଋଣଜାଲରେ ଓଡିଶା ଘେରି ହୋଇ ରହିଥିବା ବେଳେ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା ମାନ ଘୋଷଣା କରିବାରେ ଲାଗିଛନ୍ତି । ବିଶେଷ କରି ନିର୍ବାଚନ ସମୟରେ ଯେପରି ଭାବେ ରାଜ୍ୟ ସରକାର କାଳିଆ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଓ ମିଶନ ଶକ୍ତି ଭଳି ଯୋଜନାରେ ବିନା ବ୍ୟୟ ବରାଦରେ ଘୋଷଣା କରିଥିଲେ ତାହା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଯାହାଫଳରେ ରାଜ୍ୟର ରାଜକୋଷରେ ଅତିରିକ୍ତ ଭାର ବଢିବାରେ ଲାଗିଲାଣି । ଏହି ସମୟରେ କେଉଁଠି ଓ କିପରି ଭାବେ ଅର୍ଥ ଆସିବ ତାହା ନେଇ ଚିନ୍ତାରେ ରାଜ୍ୟ ସରକାର ।