ନିଶ୍ଚିନ୍ତକୋଇଲି ( ଏଟିଆର ବ୍ୟୁରୋ): ଯାତ୍ରା ଦେଖି ଫେରୁଥିବା ବେଳେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନିଶ୍ଚିନ୍ତକୋଇଲି ନେମାଳ ଠାରେ । ସୂୂଚନା ଅନୁସାରେ ଉକ୍ତ ଅଞ୍ଚଳରେ ଗତକାଲି ଏକ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଥିଲା । ପୀଡିତା ନାବାଳିକା ଜଣଙ୍କ ସେଠାକୁ ଯାତ୍ରା ଦେଖିବାକୁ ଯାଇଥିଲେ । ସେଠାରୁ ଯାତ୍ରା ଦେଖି ଫେରୁଥିବା ବେଳେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଜଣା ପଡିଛି ।
ପିଡୀତାଙ୍କୁ ଗୁରୁତର ଭାବେ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ପରିବାର ଲୋକେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଆଉ ଏକ କଥା ମଧ୍ୟ ଶୁଣିବାକୁ ମିଳୁଛି । ନାବଳିକାକୁ ଯାତ୍ରା ପାର୍ଟିର ୨ ଜଣ କଳାକାର ନାଚ ଶିଖାଇବାକୁ ଡାକି ଦୁଷ୍କର୍ମ କରିଥିବା ଚର୍ଚ୍ଚା ଜୋର ଧରିଛି । ପୋଲିସ ୨ ଜଣ ନାଚ ପିଲାଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ସୂଚନା ମିଳିଛି ।