ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜଧାନୀରେ ନାବାଳିକା ହୋଇଥିବା ଗଣଦୁଷ୍କର୍ମ ମାମଲାରେ ଏବେ ହସ୍ତକ୍ଷେପ କରିଛନ୍ତି ମହିଳା କମିଶନ । ମହିଳା କମିଶନ ଏନେଇ ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି । ଆଜିଠାରୁ ମାମଲାରେ ତଦନ୍ତ ଆରମ୍ଭ କରିବେ ୩ ଜଣିଆ ଟିମ୍ । ମହିଳା କମିଶନ ଡିସିପିଙ୍କୁ ରିପୋର୍ଟରେ ଦର୍ଶାଇଛନ୍ତି ଘଟଣାର ପୁଙ୍ଖାନୁପୁଙ୍ଖିଙ୍କ ତଦନ୍ତ କରି ରିପୋର୍ଟ ଦବାକୁ କହିଛନ୍ତି । ସେହିଭଳି ଏହି ଘଟଣାରେ ଯଦି ତଦନ୍ତ ଠିକ ନହୁଏ ଡିଜିପିଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ।
ଏପଟେ ଅଭିଯୋଗକୁ ପାଖାପାଖି ୧ ସପ୍ତାହ ବିତିବାକୁ ବସିଥିଲେ ବି ପୋଲିସ ଘଟଣା ସମ୍ପୂଣ୍ର୍ଣ୍ର ପରଦା ଉଠାଇ ପାରୁନି କି ଅଭିଯୁକ୍ତଙ୍କୁ ଗିରଫ କରି ପାରିନି । ସେପଟେ ଘଟଣା ଘଟିବା ୪ ମାସ ରୁ ଅଧିକ ସମୟ ହୋଇଥିବାରୁ ତଦନ୍ତ କରିବା ଓ ତଥ୍ୟ ହାସଲ କରିବା ପୋଲିସ ପାଇଁ ମଧ୍ୟ ଚ୍ୟାଲେଞ୍ଜ ହୋଇ ପଡିଛି । ଘଟଣାରେ ବୈଦୁତିକ ଗଣମାଧ୍ୟମର ୨ କର୍ମଚାରୀ, ୨ ଜଣ ସିକ୍ୟୁରୁଟି ଗାର୍ଡ ଓ ଜଣେ ପୋଲି ଅଫିସର ଓ ୨ ଜଣ ସହଯୋଗୀ ରହିଥିବା ଅଭିଯୋଗ ହୋଇଛି । ପୀଡିତାଙ୍କୁ ଏମାନେ ଧମକ ଦେଇଥିବାରୁ ଅଭିଯୋଗରେ ବିଳମ୍ଭ ହୋଇଛି । ତେଣୁ ତୁରନ୍ତ ଏହି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି ହେଉଛି ।