ନବରଙ୍ଗପୂର (ଏଟିଆର ବ୍ୟୁରୋ); ରାତି ଅଧରେ ରୋଗୀ ଆଣିଛୁ କହି ଡାକ୍ତରଙ୍କ ଘର କବାଟ ପିଟିଲେ । ଡାକ୍ତର କବାଟ ଖେଲିବା ପରେ ଛୁରୀ ବନ୍ଧୁକ ଦେଖାଇ କଳା କନା ବୁଲାଇ ଲୁଟିନେଲେ ଟଙ୍କା ଏବଂ ସୁନା ଗହଣା । ତେବେ ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଇନ୍ଦ୍ରାବତିପୁରରେ ରହୁଥିବା ସରକାରୀ ଡାକ୍ତର ପ୍ରଦୀପ କୁମାର ପ୍ରହରାଜଙ୍କ ଘରେ । ପୋଲିସରେ ଖବର ଦେବା ପରେ ତଦନ୍ତ ଆରମ୍ଭ କରିଛି ।
ପୋଲିସ ରିପୋର୍ଟ ଅନୁଯାୟୀ ଶୁକ୍ରବାର ରାତି ୧୧ଟା ସମୟରେ ଚାରି ଜଣ ଯୁବକ ଆସି ଡାକ୍ତରଙ୍କ କବାଟ ପିଟିଥିଲେ । ରୋଗୀ ସିରିୟସ କହିବାରୁ କବାଟ ଖୋଲିଥିଲେ ପ୍ରଦୀପ । ତେବେ କବାଟ ଖୋଲିବା ପରେ ପ୍ରଦୀପଙ୍କ ବେକରେ ଛୁରୀ ଲଗାଇ ଘର ଟ୍ରେଜେରୀରେ ଥିବା ନଗଦ ୪୦ ହଜାର ଟଙ୍କା,୬ଭରି ସୁନା ଗହଣା ଏବଂ ୪ଟି ମୋବାଇଲ ନେଇ ଫେରାର ହୋଇ ଯାଇଛନ୍ତି ଦୁର୍ବୃତ୍ତ । ତେବେ ଡାକ୍ତରଙ୍କ କହିବା ମୁତାବକ ଚୋରମାନଙ୍କ ବୟସ ୨୩ରୁ ୨୪ ବର୍ଷ ଭିତରେ ହେବ । ଏମାନଙ୍କୁ ଦେଖିଲେ ଭଲସେ ସେ ମଧ୍ୟ ଚିହ୍ନିପାରିବେ ବୋଲି କହିଛନ୍ତି ।