ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଜାମିନ । କ୍ରାଇମବାଞ୍ଚପକ୍ଷରୁ ହୋଇଥିବା ମାମଲାରେ ପ୍ରଦୀପଙ୍କୁ ଜାମିନ ପ୍ରଦାନ କରାଯାଇଛି ।
୨୦ ଲକ୍ଷ ଟଙ୍କାର ନଗଦ ଟଙ୍କା ଜମା ,୨ଜଣ ଜମିଦାରଙ୍କ ବଦଳରେ ପ୍ରଦୀପଙ୍କୁ ଜାମିନ ମିଳିଛି । ଜାମିନ ମିଳିବା ପରେ ମଧ୍ୟ ସେ ଏବେ ଜେଲରେ ରହିବେ ବୋଲି ସୂଚନା ମିଳିଛି । ତାଙ୍କ ବିରୋଧରେ ଥିବା ଅନ୍ୟ ମାମାଲାରେ ଜାମିନ ମିଳି ନଥିବାରୁ ସେ ଏବେ ଝାରପଡା ଜେଲରେ ରହିବେ ।
ଟାଟା କମ୍ପାନୀରେ ଚାକିରି କରାଇଦେବାକୁ କହି ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ପାଇଁ ସେ ଟଙ୍କା ଆଦାୟ କରୁଥିଲେ ବୋଲି ଅଭିଯୋଗ ରହିଛି। ଏହା ସହିତ ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧରେ ପ୍ରଦୀପଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ମାମଲାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଲୋକାୟୁକ୍ତ ନିକଟରେ ସୁପାରିଶ କରିଥିଲେ ।