ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ବ୍ରିଟେନରେ କରୋନା ମହାମାରୀର ନୂଆ ରୂପ ଦେଖିବାକୁ ମିଳୁଛି । ଏହି ନୂଆ ରୂପକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଭାରତରେ ଏହା ପ୍ରବେଶ କରିବା ନେଇ ସନ୍ଦେହ କରାଯାଉଛି ।
ବ୍ରିଟେନରୁ ଭାରତ ଫେରିଥିବା ୫ ଜଣ ଯାତ୍ରୀଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିବାର ଜଣାପଡିଛି । ବ୍ରିଟେନରୁ ନୂଆଦିଲ୍ଲୀର ବିମାନବନ୍ଦରରେ ଆସି ପହଞ୍ଚିଥିବା ୨୬୬ ଯାତ୍ରୀଙ୍କର ନମୁନା ଯାଞ୍ଚ କରାଯାଇଥିଲା ।ଏବଂ ୫ ଜଣଙ୍କର ନମୁନା କୁ ନ୍ୟାଶନାଲ ସେଣ୍ଟର ଫର ଡିଜିଜ କଣ୍ଟୋଲକୁ ପଠାଯାଇଛି ।
ତେବେ ଏହି ଯାତ୍ରୀ ଜଣକ କରୋନାର ନୁଆ ଷ୍ଟ୍ରେନ ନା ପୁରୁଣା ଷ୍ଟେନ ଦ୍ୱାରା ସଂକ୍ରମିତ ହୋଇଛନ୍ତି କି ନାହିଁ ଜଣାପଡି ନାହିଁ ।ଏନେଇ ଖବର ପ୍ରଚାରିତ ହେବା ପରେ ଦିଲ୍ଲୀରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି ।