ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସମୟ ପାଖାପାଖି ସକାଳ ୧୦ଟା । ସ୍ଥାନ ରସୁଲଗଡ ଗଡରେ ଥିବା ବଡ ସଂପିମଲ । ସବୁଦିନ ଭଳି ଲୋକଙ୍କର ଥାଏ ଖଚାଖଚ ଭିଡ । ହେଲେ ଅଚାନକ ମଲ ସାମ୍ନାରେ ହେଲା ଭୟଙ୍କର ବିଷ୍ପୋରଣ । କେହି କିଛି ବୁଝିବା ପୂର୍ବରୁ ପୁରା ମଲ ଥାଏ ଆତଙ୍କବାଦୀଙ୍କ କବଳରେ । ଲୋକେ ବି ଭୟବୀତ ହୋଇ ପଡିଥାନ୍ତି । ସଙ୍ଗେସଙ୍ଗେ ସୂଚନା ପାଇ ଆକ୍ସନ ମୁଡକୁ ଆସିଲେ ଟାକ୍ସ ଫୋର୍ସ, ଆଣ୍ଟିଟେରୋରିଷ୍ଟସ୍କ୍ୱାଡ୍ ଓ ପୋଲିସର ଅନ୍ୟାନ୍ୟ ସୁରକ୍ଷାକର୍ମୀ ।
ବାସ୍ ଏହା ପରେ ଆରମ୍ଭ ହୋଇଥିଲା ମିଶନ । ପ୍ରଥମେ ସତର୍କତାର ସହ ଆଣ୍ଟିଟେରୋରିଷ୍ଟ ସ୍କ୍ୱାଡ୍ ମଲ ଭିତରକୁ ପ୍ରବେଶ କରିଥିଲା ଆଉ ସତର୍କତାର ସହ ଯେମିତି ଲୋକଙ୍କର କିଛି କ୍ଷତି ନ ହୁଏ ଆଉ ଆତଙ୍କବାଦୀ ଧରା ପଡନ୍ତି ସେ ନେଇ ଯୋଜନା ପ୍ରସ୍ତୁତ ହୋଇଥିଲା । ଆଉ ତାପରେ ଆତଙ୍କବାଦୀକୁ ବଡ ସତର୍କତାର ସହ କାବୁ କରିଥିଲେ ସୁରକ୍ଷାକର୍ମୀ ।
ଭୟବିତ ହୁଅନ୍ତୁ ନାହିଁ ଏଥିଲା ଆଜି ରସୁଲଗଡରେ ଥିବା ଏକ ସପିଂମଲରେ ସୁରକ୍ଷାକର୍ମୀଙ୍କ ମକଡ୍ରିଲ । ଆଜିକାଲି ସହରରେ ଥିବା ବଡବଡ ମଲକୁ ଅଧିକ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ । ବଡ ବଡ ମଲରେ ଏକ କାଳୀନ ଅଧିକ ଲୋକଙ୍କ ସମାଗମ ହେଉଥିବାରୁ ଆତଙ୍କବାଦୀଙ୍କ ପ୍ରଥମ ଟାର୍ଗେଟରେ ରହୁଛି ଦେଶରେ ଥିବା ବଡବଡ ମଲ ।
ତେବେ ମଲ ଭିତରେ କିଭଳି ସହଜରେ ଆତଙ୍କୀକୁ କାବୁ କରି ହେବ ସେ ନେଇ ଆଜି ଭୁବନେଶ୍ୱର ରସୁଲଗଡରେ ଥିବା ଏକ ମଲରେ ମକ୍ଡ୍ରିଲ ଅନୁଷ୍ଠିତ ହୋଇଛି । ବମସ୍କ୍ୱାଡ୍, ଡ଼ଗ ସ୍କ୍ୱାଡ୍, ଏନଡିଆରଏଫ୍, ଓଡ୍ରାଫ୍ ଆଣ୍ଟି ଟେରୋରିଷ୍ଟ, ସିଭିଲ ଡିଫେନ୍ସ, କାଉଣ୍ଟର ଟେରୋରିଷ୍ଟ ସ୍କ୍ୱାଡ୍, ଫାୟାର ସର୍ଭିସ, କମିସନରେଟ ପୋଲିସ ଓ ମେଡିକାଲ ଅଧିକାରୀଙ୍କ ଉପସ୍ଥିତିରେ ଏହି ମକ ଡ୍ରିଲ ଅନୁଷ୍ଠିତ ହୋଇଛି ।