ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି” ଯୋଜନାରେ ୯ କୋଟି କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୮ ହଜାର କୋଟି ଟଙ୍କା ଦେଇଛନ୍ତି । ଭିଡିଓ କନ୍ଫରେନ୍ସିଂ ଜରିଆରେ ପୁଶ ବଟନ ଦ୍ୱାରା ଏହି ଅର୍ଥ ହସ୍ତାନ୍ତର ହେବ ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ବିଭିନ୍ନ ରାଜ୍ୟର କୃଷକଙ୍କ ସହ ଆଲୋଚନା କରିବେ । କେନ୍ଦ୍ରୀୟ ସରକାରଙ୍କ ଦ୍ୱାରା ୩ ଟି କୃଷି ଆଇନ କୃଷକଙ୍କ ସପକ୍ଷରେ ରହିବ ବୋଲି ଶାହା କହିଛନ୍ତି । କୃଷକମାନେ ସେମାନଙ୍କ ଅଭିଞତା ସମ୍ପର୍କରେ ମତ ରଖିବେ । ପ୍ରତିବର୍ଷ ୩ ଟି କିସ୍ତିରେ ୬୦୦୦ ଟଙ୍କା କୃଷକଙ୍କ ଖାତାକୁ ଟଙ୍କା ପଠାଯିବ । ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଏହି ଟଙ୍କା ସିଧାସଳଖ ପଠାଯିବ ।
ଡିସେମ୍ବର ୨୫ ତରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିବସକୁ ସୁଶାସନ ଦିବସ ଭାବେ ପାଳନ କରାଯାଉଛି । ମୋଦୀ ସରକାର କୃଷିକ୍ଷେତ୍ରକୁ ସୁଦୃଢ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କୃଷିମନ୍ତ୍ରୀ ଶ୍ରୀ ତୋମାର କହିଛନ୍ତି ।