ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ଦେଶରେ ସେପ୍ଟେମ୍ଭର ୧ ତାରିଖ ଠାରୁ ନୂଆ ଭେଇକିଲ ଆକ୍ଟ ଲାଗୁ ହୋଇଛି । ଯାହାକୁ ନେଇ ଏବେ ସାରା ଦେଶରେ ଗାଡି ଚାଳକ ମାନେ ଛାନିଆ । ନୂଆ ନିୟମରେ ପୂର୍ବର ଥିବା ଜରିମାନାର ପାଖାପାଖି ୧୦ ଗୁଣା ଅଧିକ ରହିଛି । ଗତ ୬ ଦିନ ଭିତରେ ଲକ୍ଷାଧିିକ ଟଙ୍କା ଜରିମାନା ଆଦାୟ ହୋଇ ସାରିଲାଣି । ତେବେ ଏବେ ଏମିତି ଏକ ଖବର ରିପୋର୍ଟ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।
ଫାଇନ ଆଦାୟରେ ଓଡିଶା ସବୁଠାରୁ ଆଗରେ ରହିଛି । କେବଳ ଓଡ଼ିଶାରେ ୪ ହଜାରରୁ ଅଧିକ ଚାଲାଣ କଟାଯାଇଥିବାବେଳେ ୮୮ ଲକ୍ଷରୁ ଅଧିକ ଟଙ୍କାର ଜୋରିମାନା ଆଦାୟ ସରିଲାଣି। ସେହିଭଳି ହରିଆଣାରୁ ୫୨ ଲକ୍ଷ ଟଙ୍କା ଆଦାୟ ହୋଇଛି । ଏନେଇ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳି ସର୍ବମୋଟ ୪୬ ଟି ଗାଡି ଜବତ ହୋଇଥିବା ସୂଚନା ମଳିଛି ।
ସୂଚନାଯୋଗ୍ୟ ଭୁବନେଶ୍ୱରରେ ଜଣେ ଅଟୋଚାଳକଙ୍କ ଉପରେ ୪୭ ହଜାର ଟଙ୍କା ଜରିମାନା ହୋଇଥିବା ବେଳେ ସରକାରୀ ଗାଡି ଉପରେ ଗତକାଲି ୧୫ ହଜାର ଟଙ୍କା ଜରିମାନା ପଡିଥିଲା । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ଏହି ନୂଆ ନିୟମ ଦେଶର ସମସ୍ତ ରାଜ୍ୟ ପାଳନ କରିବାକୁ ବାଧ୍ୟ ।