ହାଇଦ୍ରାବାଦ(ଏଟିଆର ବ୍ୟୁରୋ): ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ନାଜାଲ ଟିକାକୁ ମିଳିଲା ଅନୁମତି । ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟିକାକରଣ ପରୀକ୍ଷା ନେଇ ଅନୁମତି ଦେଇଛନ୍ତି ଡ୍ରଗ୍ସ କଣ୍ଟୋଲର ଜେନେରାଲ ଅଫ ଇଣ୍ଟିଆ । ପୂର୍ବରୁ ୧୮ ରୁ ୨୦ ବର୍ଷ ବ୍ୟକ୍ତିଙ୍କଠାରେ ଏହାର ପରୀକ୍ଷା କରାଯାଇଥିଲା । ଏହି ଟିକା ନେବା ପରେ ଶରୀରରେ କୈଣସି ଗୁରୁତ୍ୱପୂର୍ଣ୍ଣ ପାଶ୍ୱ ପ୍ରତିକ୍ରିୟା ଦେଖାଯାଉନଥିବା ଜଣାପଡିଛି ।
ପଶୁମାନଙ୍କଠାରେ ଏହାର ପରୀକ୍ଷଣ କରାଯାଇଥିବା ବେଳେ ଅଧିକ ପରିମାଣ ଆଣ୍ଟିବଡି ସୃଷ୍ଟି ହୋଇଥିବାର ଜଣାପଡିଛି । ତେଣୁ ସେଣ୍ଟ୍ରାଲ ଡ୍ରଗସ ଷ୍ଟାଣ୍ଡାସ୍ କଣ୍ଟୋଲ ଅର୍ଭାନାଇଜେସନ ଏହାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରିବା ପାଇଁ ଅନୁମତି ଦେଇଛନ୍ତି ।
ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ବିିବିଭ ୧୫୪ କୋଭିଡ ଟିକା ହେଉଛି ଦେଶରେ ପ୍ରଥମ ଇଣ୍ଟରନାଲ ଭାକ୍ସିନ । ଜାନୁଆରୀ ୧୬ ରୁ ଆରମ୍ଭ ହୋଇଥିବା ଭ୍ୟାକ୍ସିନ ଡ୍ରାଇଭରେ ଏପର୍ଯ୍ୟନ୍ତ ୫୨ କୋଟି ଲୋକଙ୍କୁ କରୋନା ଟିକା ଦିଆସରିଛି ।