ଜଗତସିଂହପୁର ( ଏଟିଆର ବ୍ୟୁରୋ): ଆସନ୍ତା ୨୯ ତାରିଖରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ତାର ପ୍ରଚାରକୁ ସରଗରମ କରିଛି । ଏହି ଅବସରରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜଗତସିଂହପୁର ଗସ୍ତରେ ଯାଉଛନ୍ତି । ଆଗରୁ ଥରେ ନବୀନ ଜଗତସିହପୁର ପ୍ରଚାର କରିଥିଲେ । ସେତେବେଳ ସେ ଜଗତସିଂହପୁର ବିଧାନସଭା ଆସନ ପାଇଁ ପ୍ରଶାନ୍ତ ମୁଦୁଲିଙ୍କୁ ଶକ୍ତି ଯୋଗାଇବା ପାଇଁ ସେ ଜଗତସିଂହପୁର ଯାଇଥିଲେ । ବର୍ତ୍ତମାନ କିନ୍ତୁ ତିର୍ତ୍ତୋଲ ନିର୍ବା÷ଚନ ମଣ୍ଡଳୀରେ ବିଷ୍ଣୁ ଦାସଙ୍କ ପାଇଁ ପ୍ରଚାରରେ ଯାଉଛନ୍ତି ।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ତିର୍ତୋଲ ଗସ୍ତ କାର୍ଯ୍ୟକ୍ରମ କିଛିଦିନ ପୂର୍ବରୁ ହେବାର ଥିଲା । ମାତ୍ର ସେଠାରେ ବିଜେଡି ପ୍ରାର୍ଥୀ ବିଷ୍ଣୁ ଦାସଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେ କିଛିଦିନ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ । ଗତକାଲି ସେ ସୁସ୍ଥ ହେଇ ପ୍ରଚାରରେ ଯୋଗ ଦେଇଛନ୍ତି । ତେଣୁ ଆଜି ତିର୍ତ୍ତୋଲ ଗସ୍ତରେ ରହିବେ ମୂୁଖ୍ୟମନ୍ତ୍ରୀ । ଏହି ଅବସରରେ ଗତକାଲି ଜିଲ୍ଲାସଭାପତି ଅମରେନ୍ଦ୍ର ଦାସଙ୍କ ସମେତ ବିଜେଡି କର୍ମୀ ମାନେ ତିର୍ତ୍ତୋଲ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସେହିଭଳି ଆଜି ମୁଖ୍ୟମନ୍ତ୍ରୀ ଜଗତସିଂହପୁର ସମେତ ମୟୂରଭଞ୍ଜ, ଉଦଳା ,ବାରିଙ୍ଗପୋଷି, ସାରସକଣା, ମୋରଡା ରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ମୟୂରଭଞ୍ଜରେ ପ୍ରଚାର ସାରି ଜଗତସିଂପୁରରେ ପ୍ରଚାର କରିବେ ।