କନ୍ଧମାଳ (ଏଟିଆର ବ୍ୟୁରୋ); ପୁଣି ଉନ୍ମୁକ୍ତକାଣ୍ଡ ଭିଆଇଛନ୍ତି ମାଓବାଦୀ । କନ୍ଧମାଳର ଠିକାଦାର କ୍ୟାମ୍ପରେ ପଶି ରାତ୍ରି ଜଗୁଆଳି ନିର୍ମମ ହତ୍ୟା କରିବା ସହ ୨ଟି ଟ୍ରାକ୍ଟର,ଗୋଟିଏ ମକ୍ଟକ୍ଟ୍ରର ମେସିନ,ଗୋଟିଏ ଭ୍ୟାନ ଏବଂ କ୍ୟାମ୍ପକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ମାଓବାଦୀ । ମୃତ ଜଗୁଆଳି ହେଲେ ରବୀନ୍ଦ୍ର ମଲ୍ଲିକ । ପୋଲିସ ଇନଫରର୍ମର ଭାବି ରବିନ୍ଦ୍ରଙ୍କୁ ଗୁଳି କରି ମାରିଥିବା ଜଣା ପଡିଛି ।
ସୂଚନା ଅନୁଯାୟୀ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଟିକିରିପଡା-ପାତିଆମ୍ବା ରାସ୍ତା କାମକୁ ବିରୋଧ କରି ଏପରି ଉନ୍ମୁକ୍ତକାଣ୍ଡ ଭିଆଇଥିବା ଜଣା ପଡିଛି । ଶନିବାର ରାତିରେ ମାଓବାଦୀମାନେ ରାସ୍ତା କାମ ପାଇଁ କରାଯାଇଥିବା କ୍ୟାମ୍ପରେ ପହଁଞ୍ଚି ପ୍ରଥମେ ଜଗୁଆଳିକୁ ମାରିବା ପରେ କାମ ବନ୍ଦ କରିବା ଉଦେ୍ଧଶ୍ୟରେ ନିଆଁ ଲଗାଇ ପୋଡି ଦେଇଛନ୍ତି । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇ ଦେଇଛି । ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।