ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତାକାଲି ଠାରୁ ରାଜ୍ୟରେ ପୁଣି କଡାକଡି ହେବ ଟ୍ରାଫିକ । ରାଜ୍ୟ ସରକାର ଟ୍ରାଫିକ ନିୟମ ପୁଣି ଆଉ ୩ ମାସ ପାଇଁ କୋହଳ କରିଛନ୍ତି । ମାତ୍ର ଏଥିରେ କିଛି ସର୍ତ୍ତ ରଖାଯାଇଛି । କେବଳ ଗାଡି କାଗଜ ପତ୍ର ଓ ଲାଇସେନ୍ସ କ୍ଷେତ୍ରରେ ଏହାକୁ କୋହଳ କରାଯାଇଛି । ମାତ୍ର ଟ୍ରାଫିକ ନିୟମ ଭଙ୍ଗକୁ କଡାକଡି କରାଯିବ । ତେବେ ଆସନ୍ତାକାଲି ଠାରୁ ଲାଗୁ ହେବାକୁ ଥିବା ନୂଆ ଟ୍ରାଫିକ ଆଇନରେ କେଉଁ ନିୟମ ଭାଙ୍ଗିଲେ କେତେ ଟଙ୍କା ଜରିମାନା ଦେବାକୁ ପଡିବ ।
୧. ମଦ୍ୟପାନ କରି ଗାଡି ଚଳାଇଲେ – ୧୦ ହଜାର ଟଙ୍କା
୨. ଦୃତ ଗତିରେ ଗାଡି ଚାଳନା- ୫ ହଜାର
୩. ଟ୍ରାଫିକ ବିପରୀତ ଦିଗରେ ଗାଡି ଚାଳନା- ୫ ହଜାର
୪. ଗାଡି ଚାଳନା ସମୟରେ ମୋବାଇଲ ବ୍ୟବହାର – ୫ ହଜାର
୫. ବିପଦପୂର୍ଣ୍ଣ ଗାଡି ଚାଳନା – ୫ ହଜାର
୬. ଦୁଇ ଚକିଆ ଜାନରେ ୩ ଜଣ ଯାତ୍ରା କଲେ – ୧ ହଜାର
୭. ଅତ୍ୟଧିକ ଭାର ପରି ବହନ- ୨୦ ହଜାର , ଟନ ପିଛା ୨ ହଜାର
୮. ନାଲି ସଙ୍କେତକୁ ଅବମାନା – ୫ ହଜାର
୯. ହେଲମେଟ ପରିଧାନ ନ କଲେ – ୧ ହଜାର
୧୦. ସିଟ ବେଲ୍ଟ ନ ବାନ୍ଧିଲେ – ୧ ହଜାର